ଚାକିରି କରାଇଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ; ଯୁବକ ଗିରଫ
ନିଜକୁ ମତ୍ସ୍ୟ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ କେତେକ ବେକାର ଯୁବକଙ୍କ ଠାରୁ ସେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ପୁରୀ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସମ୍ପୃକ୍ତ ଯୁବକଙ୍କ ନାଁ ଦୀନେଶ ମିଶ୍ର । ସେ ଏକ କାର୍ଯ୍ୟାଳୟରେ ପିଅନ ଭାରେ କାର୍ଯ୍ୟ କରନ୍ତି । ସରକାରୀ ଚାକିରିରେ ରହି ବିଭାଗ ନାଁରେ ଏ ଭଳି ଠକେଇ କରିଥିବାରୁ ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।
ପ୍ରକାଶ କୁମାର ସ୍ୱାଇଁ ନାମକ ଜଣେ ଯୁବକଙ୍କ ଅଭିଯୋଗ ଅନୁସାରେ ଦିନେଶ ମିଶ୍ର ପୁରୀରେ ମୁକୁନ୍ଦ ମିଶ୍ର ନଗରରେ ରହନ୍ତି। ସେ ଏକ ଏସି କିଣିବା ପାଇଁ ଦୋକାନକୁ ଆସି ଫାଇନାନ୍ସ କରିବା ବେଳେ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା । ଏହି ଅବସରରେ ସେ ଚାକିରି କରାଇଦେବା ଏବଂ ମାଛ ଚାଷ ଲାଗି ଋଣ କରାଇଦେବେ ବୋଲି ଆଶ୍ଵାସନା ଦେଇଥିଲେ । ସେ ଫିସରିଜ୍ ଆକ୍ୱାଟିକ କମ୍ପାନୀର ଏକ ଅଫର ଲେଟର ବି ଦେଇଥିଲେ । ତେବେ ଟଙ୍କା ସବୁ ଦେଇସାରିଲେ ଚାକିରି ଦିଆଯିବ ବୋଲି କହିଥିଲେ । ଅନୁରୂପ ଭାବରେ ମାନସ ବେହେରା ନାମକ ଜଣେ ଯୁବକ ମଧ୍ୟ ଦୀନେଶଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।
ଠକେଇର ଶିକାର ହୋଇଥିବା ନିମାପଡ଼ା ଶମ୍ଭୁଭାରତୀ ପାଟଣା ଗ୍ରାମର ୨୫ ବର୍ଷୀୟ ଯୁବକ ଜଗଦୀଶ ମହାପାତ୍ର ଦିନେଶଙ୍କ ଠକେଇକୁ ନେଇ ୨୦୨୦ ଜୁଲାଇ ୯ରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଇ-ଅଭିଯୋଗ କରିଥିଲେ । ‘‘ତା’ ପର ଦିନ ଅର୍ଥାତ ଜୁଲାଇ ୧୦ରେ ସେହି ଅଭିଯୋଗକୁ ବିଭାଗୀୟ ତଦନ୍ତ ପାଇଁ ପଠାଯାଇଇଥିବା ମଧ୍ୟ ସୂଚନା ମିଳିଛି । ସୂଚନା ଅନୁସାରେ ଦୀନେଶ ପ୍ରାୟ ୧୦ ଜଣ ଯୁବକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
Comments are closed.