www.samajalive.in
Tuesday, December 9, 2025
23.1 C
Bhubaneswar

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୫ବର୍ଷରୁ ଅଧିକ ସମୟ ରହିଲେଣି ୧୨୫ କର୍ମଚାରୀ : ପରିବେଶ ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୨୫ଜଣ କର୍ମଚାରୀ ଓ ଅଧିକାରୀ ୧୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି। ବିଜେପି ବିଧାୟକ କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଆରୁଖ ଦେଇଥିବା ଉତ୍ତରରେ ଦର୍ଶାଇଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କାର୍ଯ୍ୟରତ ମୁଖ୍ୟ ପରିବେଶ ବିଜ୍ଞାନୀ ଡ. ପ୍ରମୋଦ କୁମାର ପୃଷ୍ଟି ୧୯୮୫ ମସିହାରୁ କାର୍ଯ୍ୟରତ ଥିବାବେଳେ ପରିବେଶ ବିଜ୍ଞାନୀ ଲକ୍ଷ୍ମୀଧର ପାଲ୍‍ ୧୯୮୬ରୁ ଏଠାରେ କାର୍ଯ୍ୟ କରୁଛନ୍ତି। ସେହିଭଳି ମୁଖ୍ୟ ପରିବେଶ ଯନ୍ତ୍ରୀ ଡକ୍ଟର ଅଖିଳ କୁମାର ସୁଆର ୧୯୯୧ ମସିହାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ଅଧିକାରୀ ଓ କର୍ମଚାରୀ ୧୯୮୯ ଓ ୧୯୯୦ ମସିହାରୁ ଏଠାରେ ଚାକିରି ଆରମ୍ଭ କରି ଅଛନ୍ତି। ବୈଜ୍ଞାନିକ ଓ ଯନ୍ତ୍ରୀମାନଙ୍କ ସହିତ ଅନେକ ବରିଷ୍ଠ ଓ କନିଷ୍ଠ ସହାୟକ ୧୫ବର୍ଷରୁ ଅଧିକ ସମୟ ଧରି ବୋର୍ଡରେ କାର୍ଯ୍ୟ କରୁଛନ୍ତି।
ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ଗତ ବର୍ଷକ ମଧ୍ୟରେ ବୋର୍ଡର ବରିଷ୍ଠ ଆଇନ୍‍ ଅଧିକାରୀ ଭଗବତ ପ୍ରସାଦ ପାଟ୍ଟଯୋଶୀ ଚଳିତବର୍ଷ ଜୁଲାଇ ୩୧ ତାରିଖରେ ଅବସର ନେବାପରେ ସରକାରଙ୍କ ଅନୁମୋଦନ କ୍ରମେ ତାଙ୍କୁ ଦପ୍ତରରେ ଆଇନ୍‍ ପରାମର୍ଶଦାତା ଭାବେ ପୁନଃ ନିଯୁକ୍ତି ମିଳିଛି। ସେହିଭଳି ପରିବେଶ ପ୍ରଦୂଷଣ ଜନିତ ୯୭୯ଟି ମାମଲା ଦେଶର ବିଭିନ୍ନ ନ୍ୟାୟାଳୟରେ ବର୍ତ୍ତମାନ ବିଚାରାଧିନ ରହିଛି। ଉକ୍ତ ବିଚାରାଧିନ ମୋକଦ୍ଦମାଗୁଡିକୁ ନିୟମିତ ଅନୁସରଣ କରିବାପାଇଁ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ଆଧାରରେ ତାଙ୍କୁ ଏକବର୍ଷ ପାଇଁ ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

 

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories