www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରେମିକା ସହ ମିଶି ପତ୍ନୀଙ୍କୁ ଆକ୍ରମଣ: ବୌଦ୍ଧ ଡେପୁଟି କଲେକ୍ଟର ବିରୋଧରେ ଅଭିଯୋଗ

ଝାରସୁଗୁଡ଼ା: ବୌଦ୍ଧ ଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଝାରସୁଗୁଡ଼ା‌ ଲହଣ୍ଡାବୁଡ଼ ନିବାସୀ ଶରତ ବାଗଙ୍କ ବିରୋଧରେ ତାଙ୍କ ପତ୍ନୀ ଡାଲିଆ ଦେବନାଥ ବିଟିଏମ ଥାନାରେ ଏଫଆଇଆର ଦାୟର କରିଛନ୍ତି। ସ୍ବାମୀ ଶରତ ତାଙ୍କ ପ୍ରେମିକା ଓ ଅନ୍ୟ ସମ୍ପର୍କୀୟଙ୍କ ସହ ଡାଲିଆଙ୍କୁ  ମାଡ଼ଧର ଓ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ଏଥି ନେଇ ଫାଣ୍ଡିରେ ମାମଲା ସଂଖ୍ୟା ୪୯୮/୨୦ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଭିନ୍ନ ଭିନ୍ନ ଦଫାରେ ଏତଲା ଦାୟର ହୋଇଛି।
ଡାଲିଆ ଦେବନାଥଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ରେ ତାଙ୍କ ସ୍ବାମୀ ଶରତ ବାଗ ନିଜ କାର୍‌ରେ ତାଙ୍କର ଜଣେ ପ୍ରେମିକା, ନିଜ ଭାଇ ସୁରେଶ ବାଗ ଓ ଅନ୍ୟ ଜଣେ ବ୍ୟକ୍ତି ମନୋଜ ବିଶି ସହିତ ବଢ଼େଇମୁଣ୍ଡା ରାସ୍ତାରେ ଯାଉଥିବା ଦେଖି ସେ ପିଛା କରିଥିଲେ। କିଛି ଦୂର ଯିବା ପରେ କାଳିମନ୍ଦିର ରାସ୍ତାରେ ଗୋଟିଏ ଦୋକାନରୁ ମଦ କିଣି କୋଲାବିରା ରାସ୍ତାରେ ଥିବା ଏକ ଢାବାରେ ମଧ୍ୟାହ୍ନ ଭୋଜନ କରିବା ପରେ ଇଞ୍ଜିନିୟରିଂ ସ୍କୁଲ ନିକଟରେ ଥିବା ଜଣଙ୍କ ଘରକୁ ଯାଇଥିଲେ।  ସେମାନଙ୍କୁ ପିଛା କରୁଥିବା ଅଭିଯୋଗକାରିଣୀ ଅଧଘଣ୍ଟା ପରେ ସେ ଘରେ ଧସେଇ ପଶିବା ବେଳକୁ ତାଙ୍କ ସ୍ବାମୀ ଶରତ ଶୋଇଥିବା ବେଳେ ନିକଟ‌େ‌ର ତାଙ୍କ ପ୍ରେମିକା ବସିଥିଲେ ଓ ଅନ୍ୟ ସମସ୍ତେ ବସି ମଦ ପିଉଥିଲେ। ‘ମୋତେ ଦେଖି ସମ‌େ‌ସ୍ତ ଆଶ୍ଚର୍ଯ୍ୟ ହୋଇଗଲେ ଓ ହଠାତ୍ ସମସ୍ତେ ମୋ ଉପରେ ଲୁହା ଛଡ଼ ଓ ବାଡ଼ିରେ ମାଡ଼ଧର କରିବା ଆରମ୍ଭ କରିଦେଲେ। ମୋ ଦିଅର ସୁରେଶ ବାଗ ମୋତେ ଧରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାବ୍ୟତୀତ ସ୍ବାମୀଙ୍କ ପ୍ରେମିକା ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା କଥା କହୁଥିବା ବେଳେ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ଯାଇଥିଲା। ସ୍ବାମୀ ଶରତ ସେମାନଙ୍କୁ ସହାୟତା କରିବା ସହ ମାଡ଼ଧର କରୁଥିଲେ । ସମସ୍ତେ ଫୋନ ଛଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ କୌଣସି ପ୍ରକାରେ ଜୀବନ ବଞ୍ଚାଇ ପଳାଇ ଆସିଲି। ଏହି ସମସ୍ତ ଘଟଣା ଫୋନରେ ରେକର୍ଡ ହୋଇଛି’ ବୋଲି ସେ ଉଲ୍ଲେଖ କରିଛନ୍ତି କହିଛନ୍ତି। ଏହାକୁ ନେଇ ପୁଲିସରେ ଦଫା ୩୨୩/୨୯୪/୫୦୬/୩୭୯/୩୪ଆଇସିପିସି, ୨୫/୨୭ ଆର୍ମସ ଆକ୍ଟରେ ଏତଲା ଦାୟର କରାଯାଇଛି। ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି କହିଛନ୍ତି ଲିଖିତ ଅଭିଯୋଗ ହେବା ପରେ ତାଙ୍କୁ ନିର୍ଯାତନା ହେଉଥିବା ନେଇ ଏତଲା ଦାୟର କରି ତଦନ୍ତ ଜାରି ରଖିଛୁ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories