www.samajalive.in
Monday, December 15, 2025
24.1 C
Bhubaneswar

ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣା: ଦେଶରେ ଉତ୍ତରପ୍ରଦେଶ ପ୍ରଥମ, ଦ୍ବିତୀୟ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ଦୁର୍ଘଟଣା ସଂଖ୍ୟା ୧୪ହଜାରରୁ ଅଧିକ । ସରକାର ମଦ୍ୟପାନ କରି ଗାଡ଼ି ଚାଳନା ନ କରିବା ପାଇଁ ଯାବତୀୟ ସତର୍କ ସୂଚନା ଜାରି କରିଛନ୍ତି । ଏଥିପାଇଁ ଜୋରିମାନା ଓ ଲାଇସେନ୍ସ ରଦ୍ଦ କରି ମଧ୍ୟ ପଦକ୍ଷେପ ନିଆଯାଉଛି । ମାତ୍ର ଏହା ସତ୍ବେ ଗାଡ଼ି ଦୁର୍ଘଟଣା ହ୍ରାସ ପାଇନାହିଁ ।
ଏକ ରିପୋର୍ଟ ଅନୁସାରେ ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ବିତୀୟ । ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଥିବାବେଳେ ଏହା ପଛକୁ ରହିଛି ଓଡ଼ିଶା ଏବଂ ଏହାପରେ ଆନ୍ଧ୍ରପ୍ରଦେଶର ସ୍ଥାନ ।
ଗତ ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଉତ୍ତରପ୍ରଦେଶରେ ଗତ ୩ ବର୍ଷରେ ଏହି ସଂଖ୍ୟା ୩୦୦୦ ଅତିକ୍ରମ କରିଛି । ୨୦୧୯ରେ ତ ଏହି ସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି । କେବଳ ୟୁପିରେ ଗତ ୩ ବର୍ଷ ମଧ୍ୟରେ ଏହି ଧରଣର ୧୧.୫ ହଜାର ଅଧିକ ଦୁର୍ଘଟଣା ଘଟିଛି । ଅନ୍ୟପକ୍ଷରେ ଯଦି ଓଡ଼ିଶାର କଥା କୁହାଯାଏ ତେବେ ଗତ ୩ ବର୍ଷରେ ଓଡ଼ିଶାରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୪ ହଜାରରୁ ଅଧିକ । ସେହିିପରି ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ୨୫ଶହରୁ ଅଧିକ ରହିଛି ।

ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ଦିଲ୍ଲୀ ଓ ମୁମ୍ବାଇପରି ମେଟ୍ରୋ ସହରରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମ୍ । ଦିଲ୍ଲୀରେ ଗତ ୩ ବର୍ଷ ମଧ୍ୟରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୬୭୫ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୩୫୦ ବୋଲି ଜଣାପଡ଼ିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories