www.samajalive.in
Thursday, December 11, 2025
27.1 C
Bhubaneswar

ଆଇଆଇଟି ଗୋଆ ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କୁ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଇଞ୍ଜିନିୟର ଇଣ୍ଡିଆ(ଆଇଇଆଇ) ଏମିନେଣ୍ଟ ଇଞ୍ଜିନିୟର ଆୱାର୍ଡ

ଭୁବନେଶ୍ବର: ଆଇଆଇଟି ଗୋଆ ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କୁ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଇଞ୍ଜିନିୟର ଇଣ୍ଡିଆ(ଆଇଇଆଇ) ଏମିନେଣ୍ଟ ଇଞ୍ଜିନିୟର ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ଆଇଇଆଇ ଦୁର୍ଗାପୁର ଚାପ୍ଟର ପକ୍ଷରୁ ଆଇଇଆଇ ଗୋଆ ଅଧ୍ୟକ୍ଷ ତଥା ସମ୍ମାନଜନକ ସଚିବ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ବର ସିଏସ୍‌ଆଇଆର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲସ୍‌(ଆଇଏମ୍‌ଏମ୍‌ଟି)ରେ ନିର୍ଦେଶକ ଭାବେ ସଫଳତା ସହ କାର୍ଯ୍ୟ କରିଥିଲେ। ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଶିକ୍ଷାବିତ୍‌ ତଥା ଛାତ୍ରଛାତ୍ରୀଙ୍କୁ ଗହଣରେ ପ୍ରଫେସର ବି.କେ.ମିଶ୍ର ଭାବେ ଜଣାଶୁଣା।
ଆଇଆଇଟି ଗୋଆରେ ମେଟେରିଆଲ୍‌ ଇଞ୍ଜିନିୟରିଂ ବିଭାଗରେ ନିର୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ବି.କେ.ମିଶ୍ର ଏନ୍‌ଆଇଟି ରାଉରକେଲାରୁ ବିଟେକ୍‌ରେ ଉତ୍ତୀର୍ଣ୍ଣ ହେବାପରେ ଆମେରିକାର ୱାଇନି ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍ ମିଚିଗାନ୍‌ରେ ୧୯୮୬ରେ ମେଟାଲର୍ଜିକାଲ୍‌ ଇଞ୍ଜିନିୟରିଂରେ ଏମ୍‌ଏସ୍‌ସି ଏବଂ ଆମେରିକା ୟୁନିଭର୍ସିଟି ଅଫ୍‌ ଉତ୍‌ଥା ସଲ୍ଟ ଲେକ୍‌ସିଟିରୁ ୧୯୯୧ରେ ପିଏଚ୍‌ଡି ଡିଗ୍ରୀ ପ୍ରାପ୍ତ କରିଥିଲେ। ମେଟାଲର୍ଜିକାଲ୍‌ ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଭାସ୍‌ଭିକ୍‌ ଆୱାର୍ଡ, ନ୍ୟାସ୍‌ନାଲ୍‌ ମିନେରାଲ୍‌ ଆୱାର୍ଡ, ଆଇଆଇଏମ୍‌ଇ ମିନେରାଲ୍‌ ବେନିଫିଏସନ୍‌ ଆୱାର୍ଡ ଆଦି ସମ୍ମାନରେ ପ୍ରଫେସର ବି.କେ.ମିଶ୍ର ସମ୍ମାନିତ ହୋଇଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories