www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍ ଖାରଜ କରିବା ପାଇଁ ସ୍ୱାକ୍ଷରତା ଅଭିଯାନ ଆରମ୍ଭ କଲା ଏବିଭିପି

ଭୁବନଶ୍ବେର : ରାଜ୍ୟ ସରକାରଙ୍କ ଦ୍ୱାରା ଅଣା ଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ କ୍ୟାବିନେଟ୍‍ରେ ମଞ୍ଜୁରୀ ପାଇବା ପରେ ଏହା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଏହି ଅଧ୍ୟାଦେଶ ବିଶ୍ୱବିଦ୍ୟାଳୟର
ସ୍ୱାୟତ୍ତାତକୁ ନଷ୍ଟକରିବା ସହିତ କୁଳାଧିପତିଙ୍କ କ୍ଷମତାକୁ ସଙ୍କୁଚିତ କରିବ ବୋଲି ଶିକ୍ଷାବିତ ମାନେ ମତ ଦେଇଛନ୍ତି।

ଏହି ନିଷ୍ପତି ଦ୍ୱାରା ରାଜ୍ୟ ସରକାର କ୍ୟାମ୍ପସରେ ରାଜନୀତି କରଣ କରୁଛନ୍ତି ଏବଂ ଦୁର୍ନୀତିର ଗଳା ବାଟ ଖୋଲିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଅଧ୍ୟାଦେଶକୁ ରାଜ୍ୟର ଶିକ୍ଷାବିତ୍‍ ମାନେ ଓ ବିଭିନ୍ନ ସଙ୍ଗଠନ ଏହାକୁ ବିରୋଧ କରିବା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏହି ଆନ୍ଦୋଳନର ନେତୃତ୍ୱ ନେଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନ୍‍ଲାଇନ ମାଧ୍ୟମରେ ଏହି ଅଧ୍ୟାଦେଶକୁ ଖାରଜ କରିବା ପାଇଁ ପିଟିସନ୍‍ ସ୍ୱାକ୍ଷାର ଅଭିଯାନ ଆରମ୍ଭ କରିଛି। ଏହି ପିଟିସନ୍‍ ସ୍ୱାକ୍ଷରର ଲିଙ୍କ୍‍ ହଉଛି –  http://chng.it/mnbSx7qH। ଆଗାମି ଦିନରେ ଏହି ନିଷ୍ପତି ବିରୁଦ୍ଧରେ ସମଗ୍ର ଛାତ୍ର ସମାଜ ଆନ୍ଦୋଳନ କରିବ ଏବଂ ଏହି ଆନ୍ଦୋଳନର ନେତୃତ୍ୱ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କରିବ ବୋଲି ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories