www.samajalive.in
Tuesday, December 9, 2025
15.1 C
Bhubaneswar

ଯୁଗ୍ମ ତଦନ୍ତ ସାଙ୍ଗକୁ ସହାୟତା ଦାବି କଲେ ବନ୍ୟାକ୍ଷତିଗ୍ରସ୍ତ ଚାଷୀ

ବଡ଼ସାହି : ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ମଙ୍ଗଳବାର ବଡ଼ସାହି ତହସିଲଦାରଙ୍କୁ ଭେଟି ଯୁଗ୍ମ ତଦନ୍ତ ସାଙ୍ଗକୁ ସରକାରୀ ସହାୟତା ଦାବି କରିଛନ୍ତି।

ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଚଳିତ ଲଘୁଚାପ ବର୍ଷା ଓ ବନ୍ୟାରେ ସର୍ବାଧିକ କ୍ଷତି ହୋଇଛି। ସରକାର ରିପୋର୍ଟରେ ୧୧୨ଟି ଗ୍ରାମର ୪,୯୯୦ହେକ୍ଟର ଚାଷଜମିରେ ଧାନ ଓ ଅଣଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି ବୋଲି ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଥିଲେ ହେଁ ବାସ୍ତବରେ ତାହାଠାରୁ ଯଥେଷ୍ଟ ଅଧିକ କ୍ଷତି ହୋଇଛି। ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ସମେତ ଅନେକ ନାଳରେ ବନ୍ୟାଜଳ ଆସି ଚାଷଜମି ୩ଦିନ ଧରି ଜଳମଗ୍ନ ହୋଇଥିଲା। ତେବେ ପାଣିର ସ୍ରୋତରେ ଧାନଗଛ ବାଲି, ମାଟି ଓ ପଙ୍କରେ ପୋତି ହୋଇଯାଇଥିବା ବେଳେ ଅନେକ ଜମିରେ ଧାନଗଛ ପଚାରୋଗ ଦେଖାଦେଇଛି। ସେହିପରି ପନିପରିବା ଚାଷ ଅବସ୍ଥା ନ କହିଲେ ଭଲ। କରୋନା ସଂକ୍ରମଣ ପାଇଁ ବାହାରେ କାମଧନ୍ଦା ନପାଇ ଧାର କରଜ ଓ ବ୍ୟାଙ୍କରୁ ଋଣ ଆଣି ସର୍ବସ୍ୱ ପୁଞ୍ଜି ବିନିଯୋଗ କରି ଚାଷୀ ଚାଷ କରିଥିବା ବେଳେ ସେମାନଙ୍କ ମୁହଁରୁ ହସ ଉଡ଼ିଯାଇଛି। ମଙ୍ଗଳବାର ଦୁର୍ଗାପୁର, ମାଣତ୍ରୀ, ଚନ୍ଦନପୁର, ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଶତାଧିକ ଚାଷୀଙ୍କ ସ୍ୱାକ୍ଷର ସମ୍ମଳିତ ଏକ ଦାବିପତ୍ର ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ପ୍ରଦାନ କରାଯାଇଛି। ଯୁବ ବିଜେଡ଼ି ନେତା ଜଗନ୍ନାଥ ମଲ୍ଲିକ ଓ ଦୀପକ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ ସହିତ ତହସିଲଦାରଙ୍କୁ କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ ପାଇଁ ନିବେଦନ କରିଛନ୍ତି। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଧାକୃଷ୍ଣ ଗୋଚ୍ଛାୟତ, ମଦନମୋହନ ପ୍ରଧାନ, ସନ୍ତୋଷ ପାତ୍ର, ବାଞ୍ଛାନିଧି ମହାଳିକ, ହରିନାରାୟଣ ବିଶ୍ୱାଳ ଓ ବିରେନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories