www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନ ଶିକ୍ଷକଙ୍କ କ୍ରେଡିଟ୍ କାର୍ଡରୁ ୭୬ ହଜାର ଲୁଟିନେଲେ ସାଇବର ଠକ

ପାଟଣା: ଘଟଗାଁ ଥାନା ଢେଙ୍କିକୋଟ ନିକଟକପାସପଡା ଗ୍ରାମର ବାସିନ୍ଦା ତଥା ଘଟଗାଁ ବ୍ଲକ ମାଛଭଣ୍ଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁହ୍ଲିଆ ନାଏକ ସାଇବର ଠକେଇର ଶିକାର ହୋଇଛନ୍ତି। ପ୍ରଧାନଶିକ୍ଷକଙ୍କ କ୍ରେଡିଟ କାର୍ଡରୁ ସାଇବର ଠକମାନେ ୭୬ ହଜାର ୭୬୬ ଟଙ୍କା ଲୁଟି ନେଇଛନ୍ତି। ଗତ ୫ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପ୍ରଧାନଶିକ୍ଷକଙ୍କ ସୂଚନା ଅନୁସାରେ, ଗତ ୫ ତାରିଖରେ ପ୍ରଥମେ ତାଙ୍କ ମୋବାଇଲ ନମ୍ବରକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଆଧାର ନମ୍ବର ଏବଂ ଓଟିପି ଦେବାକୁ କହିବାରୁ ସେ ଭୟରେ ମୋବାଇଲ ସୁଇଚ ଅଫ କରିଦେଇଥିଲେ। ଏହା ପରେ ଇଣ୍ଡସଇଣ୍ଡ ବ୍ୟାଙ୍କର କେନ୍ଦୁଝରଗଡ଼ ଶାଖାକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ମୋବାଇଲ ଖୋଲିବାକୁ କହିବାରୁ ସେ ଖୋଲିଥିଲେ। ଏହି ସମୟରେ ତାଙ୍କ ନିକଟକୁ ୩ଟି ମେସେଜ ଆସିଥିଲା। ୩ଟି ମେସେଜରେ ୨୫ ହଜାର ୫୮୮ ଟଙ୍କା ଲେଖାଏ ଉଠାଣ ହୋଇଥିବା ଉଲ୍ଲେଖ ରହିଥିଲା। ଘଟଣା ସମ୍ପର୍କରେ ସେ ସାଇବର ସେଲରେ ଏତଲା ଦେବା ସହ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories