www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଧାନ ଶିକ୍ଷକଙ୍କ କ୍ରେଡିଟ୍ କାର୍ଡରୁ ୭୬ ହଜାର ଲୁଟିନେଲେ ସାଇବର ଠକ

ପାଟଣା: ଘଟଗାଁ ଥାନା ଢେଙ୍କିକୋଟ ନିକଟକପାସପଡା ଗ୍ରାମର ବାସିନ୍ଦା ତଥା ଘଟଗାଁ ବ୍ଲକ ମାଛଭଣ୍ଡାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁହ୍ଲିଆ ନାଏକ ସାଇବର ଠକେଇର ଶିକାର ହୋଇଛନ୍ତି। ପ୍ରଧାନଶିକ୍ଷକଙ୍କ କ୍ରେଡିଟ କାର୍ଡରୁ ସାଇବର ଠକମାନେ ୭୬ ହଜାର ୭୬୬ ଟଙ୍କା ଲୁଟି ନେଇଛନ୍ତି। ଗତ ୫ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ପ୍ରଧାନଶିକ୍ଷକଙ୍କ ସୂଚନା ଅନୁସାରେ, ଗତ ୫ ତାରିଖରେ ପ୍ରଥମେ ତାଙ୍କ ମୋବାଇଲ ନମ୍ବରକୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଆଧାର ନମ୍ବର ଏବଂ ଓଟିପି ଦେବାକୁ କହିବାରୁ ସେ ଭୟରେ ମୋବାଇଲ ସୁଇଚ ଅଫ କରିଦେଇଥିଲେ। ଏହା ପରେ ଇଣ୍ଡସଇଣ୍ଡ ବ୍ୟାଙ୍କର କେନ୍ଦୁଝରଗଡ଼ ଶାଖାକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ମୋବାଇଲ ଖୋଲିବାକୁ କହିବାରୁ ସେ ଖୋଲିଥିଲେ। ଏହି ସମୟରେ ତାଙ୍କ ନିକଟକୁ ୩ଟି ମେସେଜ ଆସିଥିଲା। ୩ଟି ମେସେଜରେ ୨୫ ହଜାର ୫୮୮ ଟଙ୍କା ଲେଖାଏ ଉଠାଣ ହୋଇଥିବା ଉଲ୍ଲେଖ ରହିଥିଲା। ଘଟଣା ସମ୍ପର୍କରେ ସେ ସାଇବର ସେଲରେ ଏତଲା ଦେବା ସହ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories