www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରାରମ୍ଭିକ ମଧୁମେହ ନିର୍ଣ୍ଣୟ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ବାଲୁକାକଳା

ଭୁବନେଶ୍ୱର : ଭାରତ ବିଶ୍ୱର ମଧୁମେହ ରାଜଧାନୀଭାବେ ପରିଚିତ, ଯେଉଁଠି ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ । ଖରାପ ଜୀବନଶୈଳୀ ପସନ୍ଦ ଏବଂ ଅପର୍ଯ୍ୟାପ୍ତ ରୋଗ ନିର୍ଣ୍ଣୟ ଏହି ମହାମାରୀର ମୁଖ୍ୟ କାରଣ, ଯାହା ମଧୁମେହ ରୋଗୀଙ୍କ ମଧ୍ୟରେ ହୃଦୟ ଏବଂ କିଡନୀ ରୋଗର ଉଦବେଗଜନକ ହାର ସୃଷ୍ଟି କରିଛି । ଏହି ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ଏକ ଅଭିନବ ପ୍ରୟାସରେ ମ୍ୟାନକାଇଣ୍ଡ ଫାର୍ମା, ୱିନ୍ ଓଭର ଡାଇବେଟିସ୍ ଏଭରିଡେ ଏବଂ ରିସର୍ଚ୍ଚ ସୋସାଇଟି ଫର ଡାଇବେଟିସ୍ ଇନ୍ ଇଣ୍ଡିଆ (ଆରଏସଏସଡିଆଇ) ସହଯୋଗରେ ଚଳିତ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏକ ପ୍ରଭାବଶାଳୀ ବାଲୁକାକଳା ପ୍ରୟାସ ମାଧ୍ୟମରେ ପ୍ରାରମ୍ଭିକ ମଧୁମେହ ନିର୍ଣ୍ଣୟ, ଖାଦ୍ୟ ଏବଂ ବ୍ୟାୟାମର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରୁଛି । “ସଚେତନତା ମାଧ୍ୟମରେ ପ୍ରତିରୋଧ”ର ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ବାଲୁକାକଳା ମଧୁମେହ ସହିତ ଜଡିତ ହୃଦୟ ଏବଂ କିଡନୀ ଜଟିଳତାର ବିପଦକୁ ହ୍ରାସ କରିବା ପାଇଁ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ, ନିୟମିତ ସ୍ୱାସ୍ଥ୍ୟ ଯାଂଚ ଏବଂ ଜୀବନଶୈଳୀ ପରିବର୍ତ୍ତନ ପାଇଁ ଏକ ସକ୍ରିୟ ଆଭିମୁଖ୍ୟର ଗୁରୁତ୍ୱକୁ ସୂଚାଉଛି ।

ଏହି ଅବସରରେ ମ୍ୟାନକାଇଣ୍ଡ ଫାର୍ମାର ଡେପୁଟି ଜେନେରାଲ ଅଫ୍ ମେଡିକାଲ ଆଫେୟାର୍ସ, ଡାକ୍ତର ପ୍ରଶାନ୍ତ ଅଗ୍ରୱାଲ ସକ୍ରିୟ ସ୍ୱାସ୍ଥ୍ୟ ପରିଚାଳନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିକହିଛନ୍ତିଯେ, “ମଧୁମେହ କେବଳ ଏକ କ୍ରନିକ ରୋଗ ନୁହେଁ; ଏହା ଏକ ବ୍ୟବସ୍ଥାଗତ ସମସ୍ୟା ଯାହା ସାମଗ୍ରିକ ସ୍ୱାସ୍ଥ୍ୟ, ବିଶେଷକରି ହୃଦୟ ଏବଂ କିଡନୀକୁ ପ୍ରଭାବିତ କରେ । ଏହି ପଦକ୍ଷେପ ମାଧ୍ୟମରେ, ଆମେ ଲୋକଙ୍କୁ ସତର୍କ ରହିବାକୁ, ନିୟମିତ ସ୍କ୍ରିନିଂ ଅଭ୍ୟାସ ଗ୍ରହଣ କରିବାକୁ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଉତ୍ସାହିତ କରିବାକୁ ଚାହୁଁଛୁ । ସନ୍ତୁଳିତ ଖାଦ୍ୟ ଏବଂ ନିରନ୍ତର ବ୍ୟାୟାମ ସହିତ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ସ୍ୱାସ୍ଥ୍ୟ ଫଳାଫଳରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିବ ଏବଂ ଗୁରୁତର ଜଟିଳତାର ଆଶଙ୍କାକୁ ହ୍ରାସ କରିପାରିବ ।”

- Advertisement -

ସମୁଦାୟମାନଙ୍କୁ ସୁସ୍ଥ ଜୀବନ ଯାପନ ପାଇଁ ସଶକ୍ତ କରିବା ପାଇଁ ଏହି ସହଯୋଗ ମ୍ୟାନକାଇଣ୍ଡ ଫାର୍ମାର ଦୃଷ୍ଟିକୋଣ ସହିତ ସମନ୍ୱିତ । ବାଲୁକାକଳାର କଳାତ୍ମକତା ସହିତ ଡାକ୍ତରୀ ଜ୍ଞାନକୁ ମିଶାଇ ମ୍ୟାନକାଇଣ୍ଡ ଫାର୍ମା, ୱିନ୍ ଓଭର ଡାଇବେଟିସ୍ ଏଭରିଡେ ଏବଂ ଆରଏସଏସଡିଆଇ ଆଶା କରନ୍ତି ଯେ ପ୍ରାରମ୍ଭିକ ଚିହ୍ନଟ ଏବଂ ଜୀବନଶୈଳୀ ପରିବର୍ତ୍ତନର ବାର୍ତ୍ତାକୁ ଉଭୟ ସୁଲଭ ଏବଂ ପ୍ରଭାବଶାଳୀ କରିବ, ଯାହା ସମଗ୍ର ଭାରତରେ ମଧୁମେହ ପ୍ରତିରୋଧ ଏବଂ ପରିଚାଳନାରେ ବାସ୍ତବ ପରିବର୍ତ୍ତନ ଆଣିବ ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories