www.samajalive.in
Monday, December 8, 2025
20.1 C
Bhubaneswar

କନ୍ଦରପୁର ପ୍ରିମିୟର ଲିଗ୍ ଉଦଯାପିତ, କେପି ସୁପରକିଙ୍ଗ ଚାମ୍ପିଅନ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁରଠାରେ ମା’ ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨ୟ କନ୍ଦରପୁର ପ୍ରିମିୟର ଲିଗ୍ ରବିବାର ଉଦଯାପିତ ହୋଇଯାଇଛି। ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ କନ୍ଦରପୁର ପଞ୍ଚାୟତର ୬ଟି ଦଳ ଅଂଶଗ୍ରହଣ କରିଥିଲେ। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିବା କମାଣ୍ଡୋ ଇଲେଭେନ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲା।୧୧୭ ରନ ଲକ୍ଷ୍ୟର ଅନୁଧାବନ କରି କେପି ସୁପରକିଙ୍ଗ ଦଳ ମାତ୍ର ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ୭ ଉଇକେଟ ବ୍ୟବଧାନରେ ବିଜୟୀ ହୋଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା। କେପି ସୁପରକିଙ୍ଗର ଖେଳାଳି ମିଥୁନ ବେହେରା ମ୍ୟାନ ଅଫ ଦ ମ୍ୟାଚ ଏବଂ କମାଣ୍ଡୋ ଇଲେଭେନ ଖେଳାଳି ପ୍ରିୟବ୍ରତ ଚୌଧୁରୀ ମ୍ୟାନ ଅଫ ଦ ସିରିଜ ଭାବେ ବିବେଚିତ ହୋଇଥିଲେ। ପ୍ରଦ୍ୟୁମ୍ନ ସେଠୀ ଓ ପୂର୍ଣ୍ଣଚନ୍ଦ୍ର ଖଟୁଆ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ। ଆୟୋଜକ କ୍ଲବର ସଭାପତି ନରେଶ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ମୁଖ୍ୟଅତିଥି ଏବଂ ଆଦର୍ଶ ଶିକ୍ଷକ ସୁରେଶ୍ଵର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହିପରି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ବାରା ଆଞ୍ଚଳିକ ଭାତୃଭାବ ସୁଦୃଢ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories