www.samajalive.in
Monday, December 8, 2025
27.1 C
Bhubaneswar

ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଗଲା ତୁଳସୀ ରଥ

ସମାଜ ଡିଜିଟାଲ ଡେସ୍କ: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାଭୂମି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ କାଳିଆ ତୁଳସୀ ରଥ ଯାତ୍ରା କରିଛି। ପାତାଳି ଶ୍ରୀକ୍ଷେତ୍ରଠାରୁ ବାହାରିଥିବା କାଳିଆ ତୁଳସୀ ରଥ ଜଗନ୍ନାଥ ସଡକରେ ବିନିକା, ସୁବର୍ଣ୍ଣପୁର, ବୌଦ୍ଧ, ଦଶପଲ୍ଲା ଓ ନୟାଗଡ ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ବଡ ଏକାଦଶୀ ତିଥିରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିବାବେଳେ ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଖରୁ ତୁଳସୀ ସଂଗ୍ରହ କରାଯାଉଛି। ବିଗତ ୫ବର୍ଷ ଧରି ଚାଲିଥିବା ତୁଳସୀ ଯାତ୍ରାରେ ଏବର୍ଷ ସୁବର୍ଣ୍ଣପୁର ଜିଲ୍ଲାରୁ ସଂଗୃହୀତ ୩୨ ଝୁଡି ତୁଳସୀ ଏହି ରଥରେ ପ୍ରେରଣ ହୋଇଛି । ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତମାନେ ତୁଳସୀ, ଦୟଣା ଓ ଫୁଲ ଦାନ କରିଥିବାବେଳେ ବିଭିନ୍ନ ସ୍ଥାନରେ ତୁଳସୀ ରଥକୁ ହରିବୋଲ ହୁଳହୁଳିରେ ସ୍ବାଗତ ସହ ଆଳତି କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories