www.samajalive.in
Monday, December 8, 2025
27.1 C
Bhubaneswar

୬୫ ଫୁଟ ଉଚ୍ଚତାର ପ୍ରଭୁ ଶ୍ରୀରାମଙ୍କ ବୃହତ ପ୍ରତିମୂର୍ତ୍ତିର ଶିଳାନ୍ୟାସ, କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ଅନନ୍ତ ନାୟକ

କେନ୍ଦୁଝରଗଡ:  କପିଳେଶ୍ଵରର ସାଂସ୍କୃତିକ ପରିଷଦ ପକ୍ଷରୁ ୬୫ ଫୁଟ ଉଚ୍ଚତା ର ପ୍ରଭୁ  ଶ୍ରୀରାମ ଙ୍କ ପ୍ରତିମୂର୍ତ୍ତି ର ଶିଳାନ୍ୟାସ କାର୍ଯ୍ୟକ୍ରମ ନାରଣପୁରସ୍ଥିତ ଟାଙ୍ଗର ପଳସା ର ଘଡ଼ଘଡ଼ି କପିଳେଶ୍ଵରରଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ତଥା  ପରିଷଦ ସଭାପତି ବିଜୟ କୁମାର ମହାନ୍ତି ଉପସ୍ଥିତ ରହି ପ୍ରଭୁ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ଶିଳା ନ୍ୟାସ କରିଥିଲେ।
ଏହି ପ୍ରତିମୂର୍ତ୍ତିକୁ ୨ବର୍ଷ ମଧ୍ୟରେ ପୂର୍ଣ୍ଣ ରୂପ ଦେବା ପାଇଁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଦୃଢ଼ ବିଶ୍ୱାସ ରଖିଥିବା ପ୍ରକାଶ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଓଡିଶାରେ ସର୍ବବୃହତ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ହେବ ବୋଲି ଜଣାପଡିଛି। ପୂର୍ବରୁ ଏହି କପିଳେଶ୍ଵରର ମନ୍ଦିର ପରିସରରେ ୪୫ ଫୁଟ୍ ଉଚ୍ଚତାର ଅର୍ଦ୍ଧ ନାରୀ-ଈଶ୍ୱର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହି ସ୍ଥାନକୁ ଭକ୍ତଙ୍କ ସମାଗମ ବୃଦ୍ଧି ହେବାରେ ଲାଗିଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ବୃହତ ଉଚ୍ଚତା ର ଏହି ପ୍ରତିମୂର୍ତ୍ତି ହେଲେ ସାରା ଓଡିଶା ର ରାମ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ଏହି ସ୍ଥାନ ହେବ ବୋଲି କପିଳେଶ୍ଵରର ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ମାନେ ଆଶା ରଖିଛନ୍ତି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ କୁ ସଫଳ କରିବାରେ ପରିଷଦର ସମ୍ପାଦକ ଗୌରଚନ୍ଦ୍ର ନାଏକ ତଥା ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories