ରାଗିଂ ଘଟଣାରେ ୫ ଇଞ୍ଜିନିୟରିଂ ଛାତ୍ର ଗିରଫ
ସମାଜ ଡିଜିଟାଲ ଡେସ୍କ: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ଗିରଫ ହେବା ପରେ ଛାତ୍ରମାନଙ୍କୁ ବର୍ଷକ ପାଇଁ କଲେଜରୁ ବହିଷ୍କାର କରିଛନ୍ତି କର୍ତ୍ତୃପକ୍ଷ। ଏହି ସିନିଅର ଛାତ୍ରମାନେ ୨ୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିଲେ। ୫ ଜଣ ସିନିଅର ଛାତ୍ର ହଷ୍ଟେଲରେ ପଶି ୨ୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Comments are closed.