୨୯ ଜାନୁଆରୀରେ ମାଘ ମାସର ଅମାବାସ୍ୟା । ଏହାକୁ ମୌନୀ ଅମାବାସ୍ୟା ବୋଲି କୁହାଯାଏ । ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ କିଛି ବିଶେଷ ଉପାୟ ଆପଣାଇବା ଦ୍ୱାରା ବର୍ଷଯାକ ଘରେ ଧନର ଅଭାବ ନରହିବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ । ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ଉପାୟ ଦ୍ୱାରା ୭ ପିଢି ପାଇଁ ଧନ ଅଭାବ ହୋଇନଥାଏ ବୋଲି ମାନ୍ୟତା ରହିଛି ।
ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ମୌନୀ ଅମାବାସ୍ୟାରେ ତାଙ୍କୁ ସ୍ମରଣ କରି ପ୍ରାର୍ଥନା କରନ୍ତୁ ।
ଏହାପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଲାଲ ଫୁଲ ଓ କଳା ରାଶି ମିଶ୍ରିତ ଜଳ ଅର୍ପଣ କରନ୍ତୁ । ରାଶିରେ ପ୍ରସ୍ତୁତ ଜିନିଷ ଦାନ କରନ୍ତୁ ।
ମୌନୀ ଅମାବାସ୍ୟା ଦିନ ଅଶ୍ୱତ୍ଥ ବୃକ୍ଷର ପରିକ୍ରମା କରିବା ସହ ଇଷ୍ଟଦେବତାଙ୍କ ନିକଟରେ ଧଳା ରଙ୍ଗର ମିଠା ଭୋଗ କରନ୍ତୁ ।
ଅଶ୍ୱତ୍ଥ ବୃକ୍ଷ ମୂଳରେ ଚାରିମୁଖ ବିଶିଷ୍ଟ ଦୀପ ଲଗାନ୍ତୁ । ଏଥିରେ ଲବଙ୍ଗ ରଖନ୍ତୁ । ଜୀବନରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ ।
ମୌନୀ ଅମାବାସ୍ୟାରେ ଅସହାୟଙ୍କୁ କମ୍ବଳ, ଅଁଳା, ରାଶି ତେଲ, ଳଡୁ ଆଦି ଦାନ କରନ୍ତୁ ।
ଦାନ କରିବା ପରେ ଇଷ୍ଟ ଦେବତାଙ୍କୁ ଓ ପୂର୍ବପୁରୁଷଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । ଏହାଦ୍ୱାରା ଜୀବନରେ ହସଖୁସି,ସୁଖସମୃଦ୍ଧି ଓ ଧନ ବୃଦ୍ଧି ପାଇଥାଏ । ପରିବାରେ ଅଶାନ୍ତି, କଳହ ଦୂର ହୋଇଥାଏ ।
ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..



