ବୋମା ଫୁଟି ୩ ଆହତ

ଖଲ୍ଲିକୋଟ : ହରିପୁର ଗାଁରେ ବୋମା ଫୁଟି ୩ ଜଣ ଆହତ ହୋଇଛନ୍ତି ।  ବୋମାମାଡ କରିବାକୁ ଆସିଥିବା ବେଳେ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅସାବଧାନତାରୁ ବୋମା ହାତରୁ ତଳେ ପଡି ଫୁଟିବା ଫଳରେ ବୋମାମାଡ କରିବାକୁ ଆସିଥିବା ଯୁବକ ସମେତ ୩ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପଚରାଉଚରା କରୁଛି ।

Comments are closed.