କେନ୍ଦୁଝରଗଡ଼: ହରିଚନ୍ଦନପୁର ବ୍ଲକ ନୂଆବିଲ ଗ୍ରାମ ଭାଗବତ ଟୁଙ୍ଗି ବାର୍ଷିକ ଭାଗବତ ପାରାୟଣ ଉଦଯାପନ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟକର୍ତ୍ତା ଶୁକଦେବ ମହାକୁଡ଼ ଓ ସୁଧାଂଶୁ ଶେଖର ସାହୁ, ମୁଖ୍ୟ ଉଦ୍ୟୋକ୍ତା ନାରାୟଣ ସାହୁ, ମାୟାଧର ସାହୁ ଓ ପାର୍ବତୀ ସାହୁ, ସାବିତ୍ରୀ ସାହୁ, ଜୟନ୍ତୀ ସାହୁ, ପାଲ ସାହୁ ଓ ନିଳାନ୍ଦ୍ରୀ ସାହୁ ପ୍ରମୁଖ ଗ୍ରାମବାସୀଙ୍କ ସମାବେଶରେ ସାପୁଆ ଡ୍ୟାମରୁ ପୂର୍ଣ୍ଣକୁମ୍ଭ ଅଣାଯାଇ ଭାଗବତ ଗାଦି ପୂଜାର୍ଚ୍ଚନା ପରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ଦ୍ୱାଦଶ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ପାରାୟଣ କରି ମୋକ୍ଷଦାୟକ ପରମହଂସ ଆତ୍ମତତ୍ତ୍ୱ ଜ୍ଞାନ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ଏହାପରେ ହରିଚନ୍ଦନପୁର(୧)ବ୍ଲକ ସଭାପତି ମାର୍କଣ୍ଡ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତ୍ସଙ୍ଗରେ ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟଅତିଥି ଓ ଜିଲା ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଗବତ ପାରାୟଣ କରିଥିଲେ। ହରିଚନ୍ଦନପୁର (୨) ବ୍ଲକ ସଭାପତି ସୁରେଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଗବତ ପୂଜନ, ପଠନ ଓ ଶ୍ରବଣର ମାହାତ୍ମ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଚ୍ଛୁଳାବେଡା ଭାଗବତ ଟୁଙ୍ଗି, ବାଂଶପାଳ ଭାଗବତ ଟୁଙ୍ଗି, ଖଜୁରିବାଣୀ ଭାଗବତ ଟୁଙ୍ଗି, ଜଂଘିରା ଭାଗବତ ଟୁଙ୍ଗି, ଜଂଘିରା ପାତିପଙ୍ଗା ସାହି ଭାଗବତ ଟୁଙ୍ଗି, ସୋମଗିରି ଭାଗବତ ଟୁଙ୍ଗି, ନନ୍ଦରା ଭାଗବତ ଟୁଙ୍ଗି, ରମ୍ପାକୋଟ ଭାଗବତ ଟୁଙ୍ଗି, ଧଗୋଠ ମହିଳା ଭାଗବତ ଟୁଙ୍ଗି, ପିଠାଗୋଳା ଭାଗବତ ଟୁଙ୍ଗି ଓ ଝାଡ଼ପୋଖରୀ ଭାଗବତ ଟୁଙ୍ଗି ଭକ୍ତଗଣ ଯୋଗଦେଇ ଉଦ୍ଯାପନ ମହୋତ୍ସବକୁ ସାଫଲ୍ୟ କରିଥିଲେ।
Popular Categories



