www.samajalive.in
Monday, December 8, 2025
14.1 C
Bhubaneswar

ମାତିଛି ଗୋଠ ଛଡ଼ା ଦନ୍ତା, ୨ ଦିନରେ ଭାଙ୍ଗିଲାଣି ଦୁଇ ଜଣଙ୍କ ଘର

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରବ।  ବାଟଗାଁ ଫରେଷ୍ଟ ସେକ୍ସନ ର ବିଭିନ୍ନ ଗାଁରେ ଏକ ଗୋଠ ଛଡା ଦନ୍ତା ଉପଦ୍ରଵ କରି ବ୍ୟାପକ କ୍ଷୟ କ୍ଷତି ଘଟାଇବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗି ରୁଜି ଦେଇଥିବା ଜଣାପଡିଛି।  ଏହି ଗୋଠ ଛଡା ଦନ୍ତା ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ବିନ୍ଧପୁର ଗାଁକୁ ଆସି ବ୍ୟାପକ ଉପଦ୍ରଵ କରିଛି। ଏଥିରେ ଗାଁର ଦୋଳମଣୀ ବିଶିଙ୍କ ଦୁଇ ବଖରା ଘର ଭାଙ୍ଗି ଯାଇଛି । ତେବେ ଦନ୍ତା ହାତୀଟି ତାଙ୍କର ଘରର କାନ୍ଥ ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛି।  ଏପରିକି ରନ୍ଧନ ଗ୍ୟାସ ଚୁଲା ଓ ଆସବାବ ପତ୍ର ସବୁ ନଷ୍ଟ କରିଦେଇଥିବା ଦୋଳମଣୀ ବିଶି ଅଭିଯୋଗ କରିଛନ୍ତି । ସେହିପରି ସୋମବାର ରାତିରେ ମଧ୍ୟ ଏହି ଦନ୍ତା ହାତୀଟି ଅଙ୍ଗାବିରା ଗାଁରେ ଭାବଗ୍ରାହୀ ସାହୁଙ୍କ ଘର ର କାନ୍ଥ ଭାଙ୍ଗି ଧାନ ସବୁ ଖାଇ ଯାଇଥିଲା। ଗୋଠ ଛଡା ଦନ୍ତା  ଉତ୍ପାତ ରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀ ଘଉଡ଼ାଇବାରେ ବନ ବିଭାଗ ଠୋସ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦୃଢ଼ ଦାବି ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories