www.samajalive.in
Wednesday, December 10, 2025
23.1 C
Bhubaneswar

ଓଡିଶାର ଲୋକପ୍ରିୟ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ଉନ୍ମୋଚିତ

ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ ସୁପରଷ୍ଟାର, ଯୁବ ଆଇକନ ତଥା ପ୍ରଭାବଶାଳୀ ରାଜନେତା ଅନୁଭବ ମହାନ୍ତିଙ୍କୁ ତାଙ୍କର ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ବିଶାଳ ଉନ୍ମୋଚନ ସହ ସମ୍ମାନିତ କରାଯାଇଛି। ଭୁବନେଶ୍ୱରର ହୋଟେଲ ସ୍ୟାଣ୍ଡିସ୍ ଟାୱାରଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା ଏବଂ ଏହି ଅବସରରେ ଅନୁଭବ ମହାନ୍ତିଙ୍କ ଉଲ୍ଲେଖନୀୟ ଜୀବନ ଓ କ୍ୟାରିୟରକୁ ପ୍ରଶଂସା କରାଯାଇଥିଲା।

ଟାଇମପାସ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଳା। ଯେବେକି ସ୍ୱର୍ଗତଃ ଅସ୍ତିତ୍ୱ ଏହାର ସହ-ରଚନା କରିଥିବା ବେଳେ ମାନସ ପଢିଆରୀ ଏହାର ଓଡିଆ ସଂସ୍କରଣ ଅନୁବାଦ କରିଛନ୍ତି । ଓଡିଶା ଚଳଚିତ୍ର ଶିଳ୍ପରେ ତାଙ୍କର ପ୍ରାଧାନ୍ୟତାଠାରୁ ଆରମ୍ଭ କରି ତାଙ୍କର ପ୍ରଭାବଶାଳୀ ରାଜନୈତିକ କ୍ୟାରିୟର ଏବଂ ଓଡିଶା ତଥା ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦୃଢ ନିଷ୍ଠା ପର୍ଯ୍ୟନ୍ତ, ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି। ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ଅତିଥିମାନଙ୍କ ଗହଣରେ ପ୍ରକାଶକ ସରୋଜ ବଳ ମଧ୍ୟ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ମୁଖ୍ୟ ବକ୍ତା ଦେବଦାସ ଛୋଟରାୟ ଶ୍ରୀ ମହାନ୍ତିଙ୍କ ପ୍ରଭାବର ଗଭୀରତା ଉପରେ ଆଲୋକପାତ କରି କହିଥିଲେ, “ଏହି ପୁସ୍ତକ କେବଳ ଏକ ଆତ୍ମଜୀବନୀ ନୁହେଁ ବରଂ ଓଡିଶା ସହ ତାଙ୍କର ନିଷ୍ଠାପରତା, ସମର୍ପଣ ଓ ଏକ ଅତୁଟ ବନ୍ଧନର ପ୍ରମାଣ ଅଟେ । ଜଣେ ସୁନାମଧନ୍ୟ ଲେଖକ, କବି ଓ ଗୀତିକାର ଶ୍ରୀ ଛୋଟରାୟ ଭବିଷ୍ୟତର ପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଯାତ୍ରାର ଦସ୍ତାବିଜକରଣର ମହତ୍ୱକୁ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଓ ସାହିତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ରାଜନେତା ଓ ପ୍ରଶଂସକମାନେ ଅଂଶଗ୍ରହଣ କରିଥିଲେ। ହୃଦୟସ୍ପର୍ଶୀ ଅଭିଭାଷଣ, ଆଲୋଚନା ଓ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତାଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜିଳୀ ସହିତ ଏହି ସନ୍ଧ୍ୟା ତାଙ୍କ ଜୀବନ ଓ ବିରାସତର ଏକ ପ୍ରକୃତ ସେଲିବ୍ରେଶନ ଥିଲା।

କାର୍ଯ୍ୟକ୍ରମ ଅବସରରେ ନିଜର କୃତଜ୍ଞତା ଜଣାଇ ଅନୁଭବ ମହାନ୍ତି କହିଥିଲେ, “ଏହି ପୁସ୍ତକ ମୋର ଖୁବ୍ ବ୍ୟକ୍ତିଗତ ଅଟେ । ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ ଅଟେ । ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ।”

ଏହି ବାୟୋଗ୍ରାଫି ଏବେ ପ୍ରମୁଖ ବୁକଷ୍ଟୋର ଓ ଅନଲାଇନ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି । ପାଠକମାନେ ଏହି ପୁସ୍ତକରୁ ସ୍ଥିରତା, ସଫଳତା ଏବଂ ସେବା ପ୍ରତି ନିରନ୍ତର ପ୍ରତିବଦ୍ଧତାର ଏକ ପ୍ରେରଣାଦାୟକ କାହାଣୀ ସମ୍ପର୍କରେ ଜାଣିପାରିବେ। ଯାହା ଏହାକୁ ପ୍ରଶଂସକ ଓ ଆଶାୟୀ ନେତାମାନଙ୍କ ପାଇଁ ଏକ ପଠନଯୋଗ୍ୟ ପୁସ୍ତକରେ ପରିଣତ କରୁଛି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories