www.samajalive.in
Wednesday, December 10, 2025
23.1 C
Bhubaneswar

ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତି, ବାରବାଟୀର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କେବଳ ଓସିଏର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି।

ଫେବୃଆରୀ ୨୩ରେ ଓସିଏ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୧୨ ତାରିଖରେ ନାମାଙ୍କନପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଗତ ୧୨ ତାରିଖରେ  ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପଙ୍କଜ ଲୋଚନ ମହାନ୍ତି ନାମାଙ୍କନପତ୍ର ଦାଖଲ କରିଥିଲେ। ଓସିଏର ସଦସ୍ୟଙ୍କ ଉପସ୍ଥିତରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ।  ୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଥିଲା।

- Advertisement -

ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି  ଦାୟିତ୍ବ ତୁଲାଉଛନ୍ତି।ଥିଲା । ତେବେ କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ।

ଓସିଏ ସଭାପତି ଭାବେ ନିର୍ବାଚିତ ହେବା ପରେ ପଙ୍କଜ ଲୋଚନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ବାରବାଟୀରେ ଆନ୍ତର୍ଜାତୀକ ମ୍ୟାଚବେଳେ ଆଉ ବିଜୁଳି ବିଭ୍ରାଟ ହେବ ନାହିଁ। ଏଥିପାଇଁ ଜିଲାପାଳଙ୍କ ସହ ଆଲୋଚନା ପରେ ସ୍ଥାୟୀ ସମାଧାନ କରାଯାଇଛି। ଜେନେରେଟର ଲଗାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବାରବାଟୀର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories