www.samajalive.in
Wednesday, December 10, 2025
26.1 C
Bhubaneswar

ମୁଣ୍ଡ ପିଛା ଆୟରେ ଏକାଦଶ ସ୍ଥାନରେ ଓଡ଼ିଶା

ଡେସ୍କ: ମୁଣ୍ଡ ପିଛା ଆୟରେ ଏକାଦଶ ସ୍ଥାନରେ ରହିଛି ଓଡ଼ିଶା। ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬% ବୃଦ୍ଧି ପାଇଁ ୧.୮୩ ଲକ୍ଷରେ ପହଞ୍ଚିଛି। ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବା ପରେ ଏହି ତଥ୍ୟ ମିଳିଛି। ଆକଳନ ଅନୁଯାୟୀ, ରାଜ୍ୟର ଅଭିବୃଦ୍ଧି ହାର ୭.୨% ରହିବ। ସେହି ସମୟ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର ୬.୪% ରହିବା ନେଇ ଆକଳନ କରାଯାଇଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟ ଅର୍ଥନୀତିର ଆକାର ୧୦% ବୃଦ୍ଧି ପାଇଁ ୯.୫ ଲକ୍ଷ କୋଟିରେ ପହଂଚି ଥିବା ବେଳେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ରାଜ୍ୟର ଯୋଗଦାନ ୧୯% ରହିଛି। ଏହି ଅଭିବୃଦ୍ଧି ହାର ୩.୩% ସର୍ବଭାରତୀୟ ସ୍ଥର ସହ ସମାନ ରହିଥିବା କୁହାଯାଇଛି। ଅନ୍ୟପକ୍ଷରେ ଶିଳ୍ପକ୍ଷେତ୍ରରେ ଯୋଗଦାନ ହାର ୪୪% ଥିବା ବେଳେ ଅଭିବୃଦ୍ଧି ହାର ୬.୧% ରହିଛି। ସେବା କ୍ଷେତ୍ରରେ ୧୦% ଅଭିବୃଦ୍ଧି ଆକଳନ କରାଯାଇଥିବା ବେଳେ ରାଜ୍ୟର ଯୋଗଦାନ ୩୭% ରହିଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories