ବହୁ ବିଳମ୍ବରେ ଚେତିଲେ ମନ୍ତ୍ରୀ, କହିଲେ ମୋ ବସ୍‌ରେ ଲାଗିବ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା

ଡେସ୍କ: ଗତ କିଛି ମାସ ହେବ ମୋ ବସ ସେବା ଯୋଗାଇବା ପରିବର୍ତ୍ତେ ଲଗାତାର ଦୁର୍ଘଟଣା ଯୋଗୁ ଚର୍ଚ୍ଚାରେ ରହିଛି। ଗତବର୍ଷ ହାଇକୋର୍ଟ ଏ ନେଇ ତାଗିଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ମୋ ବସ୍‌ରେ ଲାଗିବ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା (Advanced Driver Assistance Systems)।

ଏହି ବ୍ୟବସ୍ଥା ହେଲେ ବେପରୁଆ ଗାଡି ଚାଳନା ଓ ଅନ୍ୟାନ୍ୟ ଜରୁରୀ ସମୟରେ ସତର୍କ କରାଇବା ଲାଗି ସାଇରନ୍ ବାଜିବ। ମନ୍ତ୍ରୀ କହିଛନ୍ତି, ସବୁ ମୋ ବସ୍‌ରେ କ୍ୟାମେରା ଲାଗିବ ଏବଂ ଜନଗହଳି ବୃଦ୍ଧି ପାଉଥିବାରୁ ମୋ ବସ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

Comments are closed.