www.samajalive.in
Wednesday, December 10, 2025
16.1 C
Bhubaneswar

ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଓ ଅଳଙ୍କାର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ହଳଦିଆ ପଦର ଓଭରବ୍ରିଜ ଉପରେ ଜଣେ ମହିଳାଙ୍କ ବେକରୁ ସୁନା ହାର ଓ ମଙ୍ଗଳସୂତ୍ର ଲୁଟି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ କେ ସୁବାଣୀ ଗ୍ରାମର ସ୍ବାମୀ କେ ଆପନ୍ନା ପାତ୍ର ଓ ତାଙ୍କ ସ୍ତ୍ରୀ କେ ସଙ୍ଗୀତା ପାତ୍ର ଏକ ଏକ୍ସିଲ ଗାଡ଼ିରେ ବ୍ରହ୍ମପୁର ବଡବଜାର ଅଞ୍ଚଳରୁ ମାର୍କେଟିଂ କରି ଘରକୁ ଫେରୁଥିଲେ।
ଜାତୀୟ ରାଜପଥରେ ହଳଦିଆ ପଦର ଓଭରବ୍ରିଜ ଉପରେ ପଛରୁ ହଠାତ ମୋଟରସାଇକେଲରେ ଦୁଇଜଣ ଯୁବକ ସେମାନଙ୍କ ଗାଡ଼ି ନିକଟକୁ ଆସି ଇଚ୍ଛାପୁର ଯିବାକୁ ରାସ୍ତା ପଚାରିଥିଲେ। ଯାହାଫଳରେ ଆପନ୍ନା ଗାଡ଼ିକୁ ସେଠାରେ ଅଟକାଇ ଇଚ୍ଛାପୁର ଯିବାକୁ ରାସ୍ତା କହୁଥିବା ବେଳେ ମୋଟରସାଇକେଲର‌ ପଛରେ ବସିଥିବା ଜଣେ ଯୁବକ ସଙ୍ଗୀତାଙ୍କ ବେକରୁ ୧୮ ଗ୍ରାମ ଓଜନର ସୁନା ହାର, ୫ ଗ୍ରାମ ଓଜନର ମଙ୍ଗଳସୂତ୍ର ସହ ଏକ ଲକେଟକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ।
ଯୁବକମାନେ ହଳଦିଆ ପଦର ଓଭରବ୍ରିଜରୁ ପୁଣି ୟୁଟର୍ଣ୍ଣ କରି ବ୍ରହ୍ମପୁର ପଟକୁ ପଳାଇ ଯାଇଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ବଡବଜାର ଯାଇ ତଦନ୍ତ କରୁଥିବା ସହ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories