www.samajalive.in
Wednesday, December 10, 2025
26.1 C
Bhubaneswar

ସୋମନାଥ ବାବା ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା 

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗମ୍ଭାରୀପାଲି ଠାରେ ଶ୍ରୀ ଶ୍ରୀ ସୋମନାଥ ବାବାଙ୍କର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି।
ଏହି ଅବସରରେ କଳସ ଯାତ୍ରା ସହ ଅଙ୍କୁରାରୋପଣ, ମଣ୍ଡପ ସଂସାର, ଅଧିବାସ କର୍ମ ସୂର୍ଯ୍ୟ ପୂଜା, ଗୋପୁଜା ଓ ଷୋଳସ ସ୍ତମ୍ଭ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରତୁଲ କୁମାର କର୍ଣ୍ଣ, ସୁଶୀଲ ପ୍ରଧାନ, ଭାଗିରଥି ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତ ପ୍ରଧାନ, ହରିହର ପ୍ରଧାନ, ଅଶୋକ ପ୍ରଧାନ, ଚମ୍ପେଶ୍ୱର ମହାକୁର, ବିକାଶ ପ୍ରଧାନ, ରାଜୁ କର୍ମୀ, କୈବଲ୍ୟ ପ୍ରଧାନ, ଅରବିନ୍ଦ ପର୍ଡିଆ, ଅକ୍ଷୟ ଚିର୍ଗୁଣ, ସୁରେନ୍ଦ୍ର ନାଏକ ଓ ପ୍ରଶାନ୍ତ ମହାକୁର ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।
ମୁଖ୍ୟ ପୁରୋହିତ ହିମାଂଶୁ ତ୍ରିପାଠୀ, ସୁଶାନ୍ତ ଦାଶ, ସୀତାଂଶୁ ତ୍ରିପାଠୀ, ନିସର୍ଗେସ ମିଶ୍ର ଓ ଆଜାଦ ତ୍ରିପାଠୀଙ୍କ ଦ୍ୱାରା ପୂଜା ଓ ଯଂଜ୍ଞ କାର୍ଯ୍ୟ ସମ୍ପାଦିତ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମା ନାରାୟଣୀ କୃଷ୍ଣଗୁରୁ, ଅନ୍ଧାରିପାଲି, ଛୁମକୁ ଛୁମା କଲାପରିଷଦ, ସିଙ୍ଗେନ ପାଲି ଓ ରାବଣ ଦରବାର ଅନୁଷ୍ଠିତ ହୋଇଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories