www.samajalive.in
Monday, December 8, 2025
27.1 C
Bhubaneswar

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ: ଦଶପଲ୍ଲାରୁ ଆସିଲା ୧୦୧ଖଣ୍ଡ କାଠ

ଦଶପଲ୍ଲା/ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି। ସେଗୁଡ଼ିକୁ ବଡ଼ଦାଣ୍ଡ ରଥଖଳାରେ ରଖାଯାଇଛି। ସେଥିରେ ୪୮ ଅସନ ଓ ୫୩ ଧଉରା କାଠ ରହିଛି। ପରମ୍ପରା ଅନୁଯାୟୀ ଆଗାମୀ ୨ରେ ଶ୍ରୀପଞ୍ଚମୀ ତିଥିରେ ତିନୋଟି ୧୨ ଫୁଟିଆ ଧଉରା କାଠ ପୂଜା କରାଯିବ। ଜୁନ୍‌ ୨୭ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାଶୀ କାଠର ଆବଶ୍ୟକତା ରହିଛି। ଏହି ରଥ ନିର୍ମାଣ ପାଇଁ ୨୬୩ ବର୍ଷ ହେଲା ପାରମ୍ପରିକ ରୀତିରେ ଦଶପଲ୍ଲା ବନାଞ୍ଚଳରୁ କାଠ ଯୋଗାଣ ହେଉଛି। ଦଶପଲ୍ଲା ବନାଞ୍ଚଳର ଟାକରା ଓ ପୋଖରୀଗୋଚ୍ଛା ଜଙ୍ଗଲରୁ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ୩ଟି ଟ୍ରକରେ ଅଣାଯାଇ ମଙ୍ଗଳବାର ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀରଘୁନାଥଜୀଉ ଓ ଶ୍ରୀମହାବୀର ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ଗତବର୍ଷଠାରୁ ବ୍ୟବହାର ନ ହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ଅବଶିଷ୍ଟ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଚଳିତବର୍ଷ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ କରାଯାଇଛି। ଖୁବ୍‍ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ରଥ କାଠ ଆସି ପହଞ୍ଚିବ ବୋଲି ଅଧୀକ୍ଷକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀରାମ ନବମୀ ତିଥିରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହେବ। ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories