www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ତର୍ଜାତୀୟ ବରଫ ମୂର୍ତ୍ତି ନିର୍ମାଣ ପ୍ରତିଯୋଗିତା: ଭାରତକୁ ତୃତୀୟ ସ୍ଥାନ

ନୂଆଦିଲ୍ଲୀ: ଆମେରିକାର କୋଲୋରାଡା ରାଜ୍ୟ ଅନ୍ତର୍ଗତ ବ୍ରେକେନରିଜରେ ଆୟୋଜିତ ଅନ୍ତର୍ଜାତୀୟ ବରଫ ମୂର୍ତ୍ତି ନିର୍ମାଣ ପ୍ରତିଯୋଗିତାରେ ଭାରତୀୟ ଦଳକୁ ତୃତୀୟ ସ୍ଥାନ ମିିଳିଛି। ଜାହୁର ଡିନ୍‌ ଲୋନ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଦଳରେ ମୃଦୁଲ ଉପାଧ୍ୟାୟ, ସୋହେଲ୍‌ ଖାନ ଓ ମ୍ୟାଟ୍‌ ସେଲି ରହିଥିଲେ। ଭାରତୀୟ ଦଳ ବରଫରେ ପ୍ରସ୍ତୁତ କରୁଥିବା ‘ମାଇଣ୍ଡ ଇନ୍‌ ମେଡିଟେସନ୍‌’ ମୂର୍ତ୍ତିକୁ ଦର୍ଶକ ଓ ବିଚାରକମଣ୍ଡଳୀ ଉଚ୍ଚପ୍ରଶଂସା କରିଥିଲେ। ବିଯୁକ୍ତ ୨୫ରୁ ବିଯୁକ୍ତ ୩୫ ଡିଗ୍ରୀ ମଧ୍ୟରେ ୪ ଦିନ ଅତିବାହିତ କରି ଭାରତୀୟ ଦଳ ଏହି ମୂର୍ତ୍ତି ନିର୍ମାଣ କରିଥିଲେ। ବିଶ୍ବର ୧୨ଟି ଦେଶର ପ୍ରତିଯୋଗୀ ଏଥିରେ ଭାଗ ନେଇଥିବାବେଳେ ଜର୍ମାନୀ ପ୍ରଥମ ଓ ମେକ୍ସିକୋ ଦଳ ଦ୍ବିତୀୟ ସ୍ଥାନ ହାସଲ କରିଥିଲା। ଆୟୋଜକ କମିଟିର ସଦସ୍ୟ କାଲଭିନ୍‌ କହିଥିଲେ, ଭାରତୀୟ ଦଳ ଯେପରି ଭାବେ ନିଖୁଣ ମୂର୍ତ୍ତି ନିର୍ମାଣ କଲେ ତାହା ବାସ୍ତବିକ ପ୍ରଶଂସନୀୟ।

ସୂଚନାଯୋଗ୍ୟ, ଧ୍ୟାନ କରିବା ସମୟରେ ମନରେ ଯେଉଁ ସବୁ ଭାବନା ଆସେ ତାହାକୁ ନେଇ ଏହି ‘ମାଇଣ୍ଡ ଇନ୍‌ ମେଡିଟେସନ୍‌’ ମୂର୍ତ୍ତି ନିର୍ମାଣ କରାଯାଇଛି। ଭାରତୀୟ ଦଳର ନେତୃତ୍ବ ନେଉଥିବା ଜାହୁର କହିଥିଲେ ୨୦୧୭ରୁ ପ୍ରତିବର୍ଷ ବ୍ରେକେନରିଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଛି। ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିବା ସୌଭାଗ୍ୟର କଥା। ପ୍ରତିବର୍ଷ ଭାରତୀୟ କଳାକାର ଏହି ପ୍ରତିଯୋଗିତାରୁ କିଛି ନା କିଛି ନୂଆ ଶିଖିଥାନ୍ତି। ଚଳିତଥର ଆୟୋଜକଙ୍କ ତରଫରୁ ଭାରତୀୟ ଦଳକୁ ମୂର୍ତ୍ତି ନିର୍ମାଣ ପାଇଁ ଉପଯୁକ୍ତ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories