www.samajalive.in
Tuesday, December 9, 2025
16.1 C
Bhubaneswar

‘ଦାଦା’ ଆମ ପାଇଁ ଭଗବାନ – ପୂର୍ବତନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ପାଇଁ ଭାରତ ରତ୍ନ ଦାବି

ନୂଆଦିଲ୍ଲୀ : ହକି ଖେଳର ଭଗବାନ କୁହାଯାଉଥିବା ପୂର୍ବତନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରାଯିବାକୁ ଦାବି ହୋଇଛି। ତାଙ୍କର ୧୧୫ ତମ ଜନ୍ମଦିବସ ପୂର୍ବରୁ ପୂର୍ବତନ ତଥା ବର୍ତ୍ତମାନର ହକି ଖେଳାଳିମାନେ ଧ୍ୟାନଚାନ୍ଦଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବାକୁ ଦାବି କରିଛନ୍ତି। ଜାତୀୟ କ୍ରୀଡା ଦିବସ ପୂର୍ବରୁ ଗୁରୁବାକ୍ ସିଂ, ହରବିନ୍ଦର ସିଂ, ଅଶୋକ କୁମାର ଏବଂ ବର୍ତ୍ତମାନର ଖେଳାଳି ଯୁବରାଜ ଭାଲମିକି ଏହି ମହାନ ଖେଳାଳିଙ୍କ ଜୀବନ ଏବଂ କ୍ୟାରିୟର ଉପରେ ହେଉଥିବା ଏକ ଭର୍ଚୁଆଲ୍ ଆଲୋଚନାରେ ଭାଗ ନେଇ ଏହି ଦାବି କରିଛନ୍ତି। ଅଗଷ୍ଟ ୨୯ରେ ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରାଯାଏ।

ଭାରତୀୟ କ୍ରିକେଟ୍ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଅଭିନେତା ବାବୁଶାନ ମହାନ୍ତି ଏବଂ ରାହୁଲ ହ୍ବାଇଟ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ ଗତ ବର୍ଷରୁ ଡିଜିଟାଲ ଅଭିଯାନ ଆରମ୍ଭ କରିଥିଲେ।

- Advertisement -

ଧ୍ୟାନଚାନ୍ଦ ଆମ ପାଇଁ ଭଗବାନ ଥିଲେ – ଗୁରୁବାକ୍ ସିଂ

ଅର୍ଜୁନ ପୁରସ୍କାର ବିଜେତା ଗୁରୁବାକ୍ ସିଂ କହିଛନ୍ତି, ‘ଧ୍ୟାନଚାନ୍ଦ ଆମ ପାଇଁ ଭଗବାନ ଥିଲେ। ଆମେ ସୌଭାଗ୍ୟବାନ୍ ଯେ, ତାଙ୍କ ସହିତ ପୂର୍ବ ଆଫ୍ରିକା ଏବଂ ୟୁରୋପରେ ଏକ ମାସ ଭ୍ରମଣ କରିଥିଲୁ। ସେହିଭଳି ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର।

ଧ୍ୟାନଚାନ୍ଦଙ୍କ ବିଷୟରେ ହରିନ୍ଦର ସିଂ କହିଛନ୍ତି, ‘ମୁଁ ଦାଦାଙ୍କୁ ବହୁତ ସମ୍ମାନ କରେ। ସେମାନେ ମୋତେ କହିଥିଲେ ଯେ, ବଲ୍କୁ ମୋ ଆଗରେ ରଖିବା ଉଚିତ୍। ଏହା ତୁମକୁ ଆଗକୁ ନେବାରେ ସାହାଯ୍ୟ କରିବ, ଏହା ସହ ମୋତେ ନିୟନ୍ତ୍ରଣ ମଧ୍ୟ ବଜାୟ ରଖିବାକୁ ପଡିବ। ମୁଁ ଏହାକୁ ଗୁରୁମନ୍ତ୍ର ଭାବରେ ଗ୍ରହଣ କଲି ଏବଂ ବହୁତ ଅଭ୍ୟାସ କଲି। ‘

ଜର୍ମାନ ଲିଗରେ ଖେଳିଥିବା ଭାଲମିକି ଧ୍ୟାନଚାନ୍ଦଙ୍କ ପ୍ରଭାବ ବିଷୟରେ କହିଛନ୍ତି ଯେ, ଭାରତରେ ହକି ଏବଂ ମେଜର ଧ୍ୟାନଚାନ୍ଦ ସମକକ୍ଷ। ଶହେ ବର୍ଷ ପରେ ମଧ୍ୟ ଏହା ସମାନ ରହିବ। ଏହା ମୋ ପାଇଁ ସବୁଠାରୁ ଗର୍ବ ବିଷୟ ଯେ, ଯେତେବେଳେ ମୁଁ ଜର୍ମାନୀରେ ଖେଳୁଥିଲି, ସମସ୍ତେ ମୋତେ କହୁଥିଲେ ଯେ ମୁଁ ମେଜର ଧ୍ୟାନଚାନ୍ଦଙ୍କ ଦେଶରୁ ଆସିଛି।

ନିଜ ଦୁଇ ପୁଅଙ୍କୁ ଖେଳିବାକୁ ମନା କରିଥିଲେ ଧ୍ୟାନଚାନ୍ଦ

ଅର୍ଜୁନ ପୁରସ୍କାର ବିଜେତା ତଥା ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ତାଙ୍କ ପିତାଙ୍କ ବିଷୟରେ କିଛି ନୂଆ କଥା ପ୍ରକାଶ କରିଛନ୍ତି। ଅଶୋକ କହିଛନ୍ତି, ‘ସେମାନେ ମୋତେ ଏବଂ ମୋର ବଡ଼ ଭାଇଙ୍କୁ ହକି ଖେଳିବାକୁ ଅଟକାଇଥିଲେ। ଆମେ ପରେ ହୃଦୟଙ୍ଗମ କଲୁ ଯେ ଏହାର କାରଣ ହେଉଛି ଖେଳରେ ଆର୍ଥିକ ପ୍ରୋତ୍ସାହନ ଅଭାବ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories