www.samajalive.in
Wednesday, December 10, 2025
15.1 C
Bhubaneswar

ବଲାଙ୍ଗିରରେ ବଢୁଛି କରୋନା ସଂକ୍ରମଣ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ନୂଆଖାଇ ଦିନରେ ୬୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବଲାଙ୍ଗିର ସହରରୁ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲାର ଅନ୍ୟ ବ୍ଲକମାନଙ୍କରେ ମଧ୍ୟ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ରବିବାର ଜିଲାର ଜଣେ ୪୭ ବର୍ଷିୟ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଶନିବାର ମଧ୍ୟ ଜଣେ ୨୮ ବର୍ଷିୟ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଜିଲାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

ବଲାଙ୍ଗିର ଜିଲା ପ୍ରଶାସନ ସୂଚନା ଅନୁସାରେ, ରବିବାର ବଲାଙ୍ଗିର ଜିଲାରେ ୬୨ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ପୈାରାଞ୍ଚଳ ଅଧିନସ୍ଥ କଲେଜ ଛକରୁ ୨, ପ୍ୟାଲେସ ଲାଇନରୁ ୩, ଟିକ୍ରାପଡାରୁ ୪ ଜଣ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଠିକାଦାରପଡା, ରିଜର୍ଭପୁଲିସ, ମାଲପଡା, ସିଭିଲ କୋର୍ଟ, ରୁଗୁଡିପଡା, ଗାନ୍ଧିନଗରପଡାରୁ ଜଣେ ଲେଖାଏଁ ରୋଗୀ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଗୁଡଭେଲା ବ୍ଲକ ତୁଷୁରା ୬, ନୁଆପଡା ୯ ଓ ଭୁନାପଡାରୁ ଜଣେ ରୋଗୀ କରୋନା ପଜିଟିଭ ଥିବା ସ୍ୱାବ ପରୀକ୍ଷାରୁ ଜଣାପଡ଼ିଛି। ବଲାଙ୍ଗିର ସଦର ବ୍ଲକ ବଲାଙ୍ଗିର, ବରକାନୀ, ତୁଲଣ୍ଡି, ମାଧିଆପାଲି ଓ ମନହୀରାରୁ ଜଣେ ଲେଖାଏଁ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଲୋଇସିଂହା ବ୍ଲକ ସଦର ଗାଁ ଲୋଇାସିଂହା, ଆଗଲପୁର ବ୍ଲକ କୁଟାସିଂହାରୁ ଜଣେ ଲେଖାଏଁ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପାଟଣାଗଡ ବ୍ଲକ ପାଟଣାଗଡ ଓ ଖପ୍ରାଖୋଳ ବ୍ଲକ ଲଠୋରରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଓଗାଁ ବ୍ଲକ ନୁଆପାଲିରୁ ୫ ଓ ଫଟାମୁଣ୍ଡାରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ପୁଇଁନ୍ତଲା ବ୍ଲକ ପିପିର୍ଡାରୁ ଜଣେ, ସଇଁନ୍ତଲା ବ୍ଲକ ସଇଁନ୍ତଲାରୁ ଜଣେ, ସାଉନ୍ତପୁରରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।କଣ୍ଟାବାଞ୍ଜି ପୈାରାଞ୍ଚଳ କଣ୍ଟାବାଞ୍ଜିରୁ ୭ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ବ୍ଲକ ଟିଟିଲାଗଡ ଏନଏସିରୁ ୨ ଓ ତୁର୍ଲାରୁ ୨ ଜଣ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

- Advertisement -

ଅନ୍ୟପକ୍ଷରେ ରବିବାର ୪୭ ବର୍ଷିୟ ଜଣେ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରୋଗୀ ଜଣକ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ଶନିବାର ଜଣେ ୨୮ ବର୍ଷିୟ ଯୁବକଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ମଧୁମେହ ରୋଗ ସହିତ କରୋନା ରୋଗରେ ଆକ୍ରାନ୍ତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଦିନକୁଦିନ ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ କଟକଣା ଲାଗୁ ହୋଇ ନ ଥିବାରୁ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories