www.samajalive.in
Monday, December 15, 2025
24.1 C
Bhubaneswar

କରୋନା ଯୋଦ୍ଧା ଡାକ୍ତରଙ୍କୁ ସମ୍ବର୍ଦ୍ଧନା ଓ ସ୍କାଉଟ୍ସ ପକ୍ଷରୁ ମାସ୍କ ବଣ୍ଟନ

ଆଠଗଡ : ଆଠଗଡ ବ୍ଲକର ଯୋରନ୍ଦା ପଞ୍ଚାୟତସ୍ଥିତ ଏମଏସଏସ ବିଦ୍ୟାପୀଠରେ ସୋମବାର ଏକ ସ୍ୱାବ୍‍ ସଂଗ୍ରହ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ, ଏମଏସଏସ୍‍ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ, ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ୍‍ ରାଉତ ଓ ଏମଏସ୍‍ଏସ୍‍ ବିଦ୍ୟାପୀଠର ଟିଏମସି ଦାୟିତ୍ୱରେ ସ୍କାଉଟ୍ସ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ସ୍ୱାବ୍‍ ସଂଗ୍ରହ ଶିବିରରେ ଯୋଗଦେଇଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ। ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସ, ଆୟୁଶ ଏମ୍‍ଓ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀପ୍ରସାଦ ଗିରି, ସ୍ୱାସ୍ଥ୍ୟ କର୍ମଚାରୀ କବିତା ରାଣୀ ଦାସ ଓ ଚନ୍ଦନ ବେହେରା ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥି ସହିତ ସ୍କାଉଟ୍ସ ପକ୍ଷରୁ ଶିକ୍ଷକ ଶ୍ରୀ ତ୍ରିପାଠୀ ଓ ସ୍କୁଲର ଅନ୍ୟ କର୍ମଚାରୀମାନେ ଏହି ଶିବିରରେ ସ୍ୱାବ୍‍ ଦେଇଥିବା ୯୧ଜଣ ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories