www.samajalive.in
Friday, December 12, 2025
15.1 C
Bhubaneswar

ଇସିଏଲଜିଏସରେ ଦିଆଯାଇଛି ଏକ ଲକ୍ଷ କୋଟିରୁ ଅଧିକ ଋଣ; ଚଳିତ ମାସ ସୁଦ୍ଧା ଓଡ଼ିଶାକୁ ମିଳିଛି ୧,୬୧୭.୬୦ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ଇସିଏଲ୍‌ଜିଏସ୍‌) କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ଚଳିତମାସ ୧୮ ସୁଦ୍ଧା ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାକୁ ଏଥିରୁ ୧,୬୧୭.୬୦ କୋଟି ଟଙ୍କା ମିଳିଛି । ରାଜ୍ୟ ପାଇଁ ଏହି ସ୍କିମରେ ୨୧୫୧.୮୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଋଣ ଅର୍ଥ ଦ୍ୱାରା ଓଡ଼ିଶାର ଏମଏସଏମଇ ସମେତ ଅନ୍ୟ ଲକଡାଉନ ପ୍ରଭାବିତ କ୍ଷେତ୍ର ଉପକୃତ ହେବେ । ସେମାନେ ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରିବେ । ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିଲା ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ସ୍କିମରେ ମହାରାଷ୍ଟ୍ର ପାଇଁ ସର୍ବାଧିକ ୭୭୫୬.୨୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିରୁ ରାଜ୍ୟକୁ ୬,୦୦୭.୩୨ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କ ଯୋଗାଇ ଦେଇଛନ୍ତି । ଉତ୍ତରପ୍ରଦେଶ ପାଇଁ ୭,୨୬୧.୬୦ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବା ବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ରାଜ୍ୟକୁ ୫,୫୫୪.୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାରେ ମୋଟ ୧,୫୦,୭୫୯.୪୫ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଥିବାବେଳେ ଚଳିତମାସ ୧୮ ସୁଦ୍ଧା ମୋଟ ୧,୦୨,୨୪୫.୭୭ କୋଟି ଟଙ୍କା ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ଦର୍ଶାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୭୬,୦୪୪.୪୪ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଥିବାବେଳେ ଅଗଷ୍ଟ ୧୮ ସୁଦ୍ଧା ସେମାନେ ରାଜ୍ୟଗୁଡ଼ିକୁ ସେଥିରୁ ମୋଟ ୫୬,୪୮୩.୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ବଳକା ୪୫,୭୬୨.୩୬ କୋଟି ଟଙ୍କା ଘରୋଇ ବ୍ୟାଙ୍କଗୁଡ଼ିକ ଯୋଗାଇଛନ୍ତି । ଘରୋଇ ବ୍ୟାଙ୍କଗୁଡ଼ିକ ଏହି ସ୍କିମରେ ୭୪,୭୧,୭୧୫.୦୨ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲେ। ଅଧିକ ଋଣ ଦେଇଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁନିଅନ ବ୍ୟାଙ୍କ ଥିବାବେଳେ ଘରୋଇ ବ୍ୟାଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ ସର୍ବାଧିକ ଋଣ ପ୍ରଦାନ କରିଛି। କରୋନା ଭୂତାଣୁ ସଂକ୍ରମଣ ବଢ଼ିବା ପରେ ଦେଶରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ ସମସ୍ତ ବ୍ୟବସାୟିକ କାର୍ୟ୍ୟକଳାପ ଠପ ହୋଇପଡ଼ିଥିଲା। ଏହାଦ୍ୱାରା ବିଶେଷ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲା। ଏମାନଙ୍କ ଅଣ୍ଟା ସଳଖିବା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜ ଅଧୀନରେ ଇସିଏଲଜିଏସ ସ୍କିମ କାର୍ୟ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories