www.samajalive.in
Monday, December 8, 2025
16.1 C
Bhubaneswar

ଘରୋଇ ହସ୍‌ପିଟାଲ୍‌ରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦୈନିକ ଚିକିତ୍ସା ଖର୍ଚ୍ଚ କେତେ ହେବ ? ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ଚିଠି ଅନୁସାରେ ଘରୋଇ ହସ୍‌ପିଟାଲରେ ସାଧାରଣ ବେଡ଼ ପାଇଁ ଫି’ ଦିନକୁ ୧୭୫୦ ଟଙ୍କା ଧାର୍ଯ୍ୟ ରହିବ ଏବଂ ଦୈନିକ ମୋଟ ଖର୍ଚ୍ଚ ୧୮ହଜାର ଟଙ୍କା ହେବ ବୋଲି ଦର୍ଶାଯାଇଛି।

ଘରୋଇ ହସ୍‌ପିଟାଲ୍‌ରେ କରୋନା ରୋଗୀ ଚିକିତ୍ସା ପାଇଁ ଫି’ ନିର୍ଦ୍ଧାରଣ କଲେ ରାଜ୍ୟ ସରକାର। ଡିସିଏଚ୍‌ସି/ଡିସିଏଚ୍‌ରେ ବେଡ୍‌ ଖର୍ଚ୍ଚ ଦିନକୁ ୧୨ଶହରୁ ୩ହଜାର ଟଙ୍କା। ଡିସିଏଚ୍‌ସି/ଡିସିଏଚ୍‌ରେ ଅନ୍ୟାନ୍ୟା ଆନୁସଙ୍ଗିକ ଖର୍ଚ୍ଚ ୧୭୫୦ଟଙ୍କା। ଡିସିଏଚ୍‌ରେ ଦୈନିକ ବେଡ୍‌ ଖର୍ଚ୍ଚ ୨ହଜାରରୁ ୫ହଜାର ଟଙ୍କା। ଡିସିଏଚ୍‌ରେ ଆଇସିୟୁ ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ୧୨ହଜାର ଟଙ୍କା। ସବୁକୁ ମିଶାଇ ଦୈନିକ କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ୧୮ହଜାର ହେବ। ଏ ସଂକ୍ରାନ୍ତରେ ସବୁ ଜିଲାପାଳ,ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା କମିଶନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ, ମେଡ଼ିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ ଅଧ୍ୟକ୍ଷ ଓ ଡିନ୍‌, ସିଡିଏମ୍‌ଓଙ୍କୁ ଚିଠି କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସିଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି।

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories