www.samajalive.in
Tuesday, December 9, 2025
16.1 C
Bhubaneswar

ଟିଟିଲାଗଡ଼ ବିକାଶ ଅଧପନ୍ତରିଆ, ଉପଜିଲାପାଳଙ୍କୁ ଫେରାଦ ହେଲେ ସରପଂଚ

ଟିଟିଲାଗଡ଼: ରାଜ୍ୟ ରାଜକୋଷରୁ ବଜେଟ ଜରିଆରେ ବର୍ଷକୁ ବର୍ଷ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଜସ୍ର ଅର୍ଥ ରାଶି ଖର୍ଚ୍ଚ ହେଉଛି। ଟିଟିଲାଗଡ ଅଂଚଳର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ପ୍ରଦାନ କରୁଛନ୍ତି। ହେଲେ ସାଧାରଣ ଗରିବ ଜନତାଙ୍କ ପାଖରେ ତାହା ଅପଂହଚ ହୋଇ ଲୋକଙ୍କ ସମସ୍ୟାର ଅନ୍ତ ଘଟୁନଥିବା ଅଭିଯୋଗ କରି ଟିଟିଲାଗଡ ବ୍ଲକ ସରପଂଚ ସଂଘ ପକ୍ଷରୁ ଆଜି ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ନିକଟରେ ଫେରାଦ ହୋଇଛନ୍ତି। ମରୁଡି ଗ୍ରସ୍ତ ଟିଟିଲାଗଡ ବ୍ଲକରେ ଏଠାରେ ଜଳସମ୍ପଦ ଡିଭିଜନ କାର୍ଯ୍ୟାଳୟ ଖୋଲି ପରେ ଉଭାନ ହୋଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମିତ ବାଙ୍କେଲ ବୃହତ ଜଳସେଚନ ପ୍ରକଳ୍ପ, ଯମୁନା ଜୋର ବ୍ୟାରେଜରୁ କେନାଲ ଯୋଗେ ବିଭିନ୍ନ ପଂଚାୟତକୁ ସଂଯୋଗ ହୋଇ ଏବେ ନିଶ୍ଚିହ୍ନ ପ୍ରାୟ। ଏନେଇ ଖରିଫ ଋତୁରେ ମଧ୍ୟ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ବ୍ୟାହତ ହୋଇ ମରୁଡି ଯୋଗୁଁ ଚାଷୀଙ୍କ ଫସଲ ହାନି ହୋଇଚାଲିଛି। ମାଥନପଲା ଡ୍ୟାମରୁ ଚାଷୀଙ୍କ ଜମିକୁ ପ୍ରାୟ ୨୦ ବର୍ଷ ହେବ କେନାଲ ଅବ୍ୟବସ୍ଥା ଯୋଗୁଁ ଜଳସେଚନ ବାଧାପ୍ରାପ୍ତ ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଆଖି ବୁଜି ବସିଛି। ଯୋଗାଣ ବିଭାଗ ଅଧିକାରୀଙ୍କ ସ୍ୱାର୍ଥନ୍ୱେଷୀ ମନୋଭାବ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି। ସରକାର କରୋନା ସମୟରେ ମାଗଣାରେ ଚାଉଳ ପ୍ରଦାନ କରୁଛନ୍ତି। ହେଲେ କିଏ ଏନେଇ ଲାଭାନ୍ୱିତ ହୋଇଛି ତାହା ତଦନ୍ତ ସାପେକ୍ଷ ବୋଲି ସରପଂଚ ଅଭିଯୋଗ କରିଛନ୍ତି। ମୃତବ୍ୟକ୍ତି ମଧ୍ୟ ଚାଉଳ ଗ୍ରହଣ କରୁଥିବା ବେଳେ ଜୀବିତ ଗରିବ ପରିବାରଙ୍କୁ ସହାୟତା ମିଳୁନି।

- Advertisement -

ଏପରିକି ଗ୍ରାମପଂଚାୟତର ଚାଉଳ ବନ୍ଟନ ରେଜିଷ୍ଟର ସରପଂଚଙ୍କ ପାଇଁ ଅପହଂଚ ହୋଇଛି। ହିତାଧିକାରୀଙ୍କ ତାଲିକା ସରପଂଚ କିମ୍ବା ସାଧାରଣ ଜନତା ଜାଣିବା ମୁସ୍କିଲ ହୋଇଛି। କିରାସିନ ବାଟମାରଣା ସାର୍ବଜନୀନ ହୋଇଛି। କିରାସିନ କେବେ ଆସି କେବେ ସରୁଛି ସରପଂଚଙ୍କ ଜାଣିବା ମୁସ୍କିଲ ହୋଇପଡୁଛି। ଚାଉଳ ଏବଂ କିରାସିନ ବନ୍ଟନ ନେଇ କେଶବୁକ, ବନ୍ଟନ ରେଜିଷ୍ଟର କେବେ ଅପଡେଟ କରାଯାଉନଥିବାରୁ ଦୁର୍ନିତୀର ଗନ୍ଧ ବାରି ହୋଇପଡୁଥିବା ସରପଂଚ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଚାଉଲ ପାଉନଥିବା ନେଇ ଆଶାୟୀ ସରପଂଚଙ୍କୁ ଦୋଷାରୋପ କରୁଛନ୍ତି। ଦାଦନ ଶ୍ରମିକ କରୋନା ମହାମାରି ଭୟରେ ଘରକୁ ଫେରିଥିବା ବେଳେ କୌଣସି ସହାୟତା ମିଳୁନାହିଁ। ଯୋଗାଣ ବିଭାଗ ନିଜ ଇଚ୍ଛାରେ ଧନୀକ ଲୋକଙ୍କ ରାସନ କାର୍ଡ ବନ୍ଟନ କରୁଛି।

ସମ୍ପ୍ରତି ପ୍ରାୟ ୩ ହଜାର ନୁତନ ରେସନ କାର୍ଡ ଆସି ବନ୍ଟନ ସରିଥିବା ବେଳେ ସରପଂଚଙ୍କ ପାଖରେ କୌଣସି ସୁଚନା ନାହଁ। ନିର୍ମାଣ ଶ୍ରମିକ ସହାୟତା ଅପେକ୍ଷାରେ ଚାହିଁ ବସିଛନ୍ତି। ପ୍ରାୟ ୩ ହଜାର ଭତା ଆଶାୟୀ ବିଧବା, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଅସହାୟ ଅବସ୍ଥାରେ ପଡିରହିଛନ୍ତି। ଏଭଳି ଅନେକ ସମସ୍ୟା ନେଇ ଆଜି ସରପଂଚ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ଠାରେ ଆଲୋଚନା କରିଛନ୍ତି। କରୋନା କଟକଣା ନେଇ ସଂଘ ସଭାପତି ବିରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର, ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ମମତା ମହାନନ୍ଦଙ୍କୁ ପର୍ଯ୍ୟାୟ କ୍ରମେ ଉପଜିଲାପାଳ ନିଜ ପ୍ରକୋଷ୍ଠକୁ ଡାକି ତୁହାକୁ ତୁହା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସରପଂଚ ରାମାନନ୍ଦ ବାଗ, ଅନନ୍ତ କିଶୋର ସାହୁ, ହରି ମାଝୀ, ନବକିଶୋର ନାୟକ, ଲକ୍ଷ୍ମୀ ଜାନୀ, ସରପଂଚ ପ୍ରତନିଧି ସଞ୍ଜିବ ସାହୁ, ସୁବାଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories