www.samajalive.in
Sunday, December 7, 2025
26.1 C
Bhubaneswar

ଅଣ୍ଡା ମଟନ ରୋଲ

ଆବଶ୍ୟକ ସାମଗ୍ରୀ
ମଟନ – ୨୫୦ ଗ୍ରାମ ( କିମା ହୋଇଥିବା ମଟନ)
ଅଣ୍ଡା -୧ଟି
ମଇଦା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଅଦାରସୁଣ ବଟା – ୨ ଚାମଚ
କଟା ପିଆଜ – ୩ଟି
ଗରମ ମସଲା – ଅଳ୍ପ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
କଂଚା ଲଙ୍କା – ୩ଟି
ସିମଲା ଲଙ୍କା – ୧ଟି (କଟା ହୋଇଥିବା)
ଟମାଟୋ – ୧ଟି (କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ମଇଦାରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ କିଛି ସମୟ ରଖି ଏଥିରେ ଛୋଟ ଛୋଟ ଗୁଳା କରି ପତଳା ରୁଟି ବେଲି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଭାଙ୍ଗି ସାମାନ୍ୟ ଲୁଣ ଓ ଧନିଆପତ୍ର ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ତେଲ ପକାଇ ଅଣ୍ଡାକୁ ପକାଇ ଏହା ଉପରେ ପ୍ରସ୍ତୁତ ରୁଟିକୁ ପକାଇ ଉଭୟ ପଟକୁ ଭଲ ଭାବେ ସେକି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, ସିମଲା ଲଙ୍କା ପକାଇ ଭାଜିବା ପରେ ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଂଚା ଲଙ୍କା, ଲୁଣ ପକାଇ କଷନ୍ତୁ। କଷିବା ପରେ ଏଥିରେ ମଟନ କିମା, ପୁଣି କିଛି ପିଆଜ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଧନିଆପତ୍ର ପକାଇ ଏକ ପାତ୍ରକୁ କାଢି ପୂର୍ବ ପ୍ରସ୍ତୁତ ରୁଟି ମଧ୍ୟରେ ଦେଇ ରଖନ୍ତୁ ଓ ରୋଲ ଭଳି କରନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ କାଠି ରୋଲ। ଏହାକୁ ଚଟଣି କିମ୍ବା ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories