www.samajalive.in
Monday, December 8, 2025
16.1 C
Bhubaneswar

ପରିବେଶ ଓ ନୂତନ ବନୀକରଣ ପାଇଁ ୧ଲକ୍ଷ ୪୧ ହଜାର ନୂତନ ଚାରା ପ୍ରସ୍ତୁତି

ବୋଲଗଡ: ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଆର୍ଥିକ ସହାୟତାରେ ଓ ବୋଲଗଡ ବନଚକ ଆନୁକୁଲ୍ୟରେ ଏବଂ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ,ବନରକ୍ଷୀ ବିନୟିତା ସାମନ୍ତସିଂହାରଙ୍କ ମିଳିତ ଆବାହକତ୍ୱରେ ଶ୍ୟାମସୁନ୍ଦରସ୍ଥିତ କେନ୍ଦ୍ରୀୟ ସ୍ଥାୟୀ ଚାରା ରୋପଣ କେନ୍ଦ୍ରଠାରେ ପରିବେଶ ସୁରକ୍ଷା ଓ ନୂତନ ବନୀକରଣପାଇଁ ୧ଲକ୍ଷ ୪୧ହଜାର ନୂତନ ଚାରା ପ୍ରସ୍ତୁତି କରାଯାଇଛି। ଏମାନଙ୍କ ମଧ୍ୟରେ ୯ହଜାର ଶାଗୁଆନ, ୪ହଜାର ଆକାଶିଆ,୩ହଜାର କୃଷ୍ଣଚୁଡା, ୩ହଜାର ରାଧାଚୁଡା, ୩୦ହଜାର ଶିଶୁ, ୨୩ହଜାର କରଞ୍ଜିଆ, ୪ହଜାର କଶି,୧ହଜାର ପାଟୁଳି, ୩ହଜାର ଚାକୁଣ୍ଡା, ୨ହଜାର ସୁନାରୀ, ୨ହଜାର ଅର୍ଜ୍ଜୁନ, ୧୯ହଜାର ଅଁଳା, ୧୪ହଜାର ଗମ୍ଭାରୀ, ୧୦ହଜାର ନିମ୍ବ, ୪ହଜାର ଜାମୁ, ୫ହଜାର ମହୁଲ, ୩ହଜାର ବାହାଡା, ୫ହଜାର ମେହେଗାନୀ ନୂତନ ଚାରା ରହିଛି। ଏହି ଚାରାଗୁଡିକୁ ପ୍ରସ୍ତୁତି କରିବା ପାଇଁ ୧୪ଜଣ ଦିନ ମଜୁରିଆ ମାଧ୍ୟମରେ ୨ମାସ ସମୟ ଲାଗିଥିଲା। ଏହି ଚାରା ରୋପଣ କେନ୍ଦ୍ରରୁ ସମସ୍ତ ଜନସାଧାରଣଙ୍କୁ ପରିବେଶ ସୁରକ୍ଷାପାଇଁ ଗଛ ପ୍ରତି ୧ ଟଙ୍କା ଦରରେ ବିକ୍ରୟ କରାଯାଉଛି ଏବଂ ସମସ୍ତ ସ୍କୁଲ,କଲେଜ,ପାଠାଗାର,କ୍ଲବ,ମହିଳାସମିତି ଓ ଗ୍ରା.ପ. ଗୁଡିକୁ ବିନା ମୁଲ୍ୟରେ ନୂତନ ଚାରା ଯୋଗାଇ ଦିଆଯିବ ବୋଲି ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ କହିଛନ୍ତି।

ଡାବରଧୁଆ ପାଟଣାସ୍ଥିତ ଶକ୍ତିପୀଠ ଭୈରବିଠାରେ ୪୪ହଜାର,ସବୁଜ ମହାନଦୀ ମିଶନକୁ ୫୦ ହଜାର ଓ ନୂତନ ଜଙ୍ଗଲ ବନୀକରଣପାଇଁ ୨୫ହଜାର ନୂତନ ଚାରା ବିନା ମୁଲ୍ୟରେ ଯୋଗାଇ ଦିଆଯିବବୋଲି ବନପାଳ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଅଛନ୍ତି।ସମସ୍ତ ଚାରାଗୁଡିକୁ ରାତ୍ର ଜଗୁଆଳ ବିରଞ୍ଚି ସାମନ୍ତରାୟ,ରବିନ୍ଦ୍ର କୁମାର ସାହୁ,କାଳନ୍ଦି ପ୍ରଧାନ,ଶିତାକାନ୍ତ ପ୍ରଧାନ,ପ୍ରକାଶ ଜେନା,ଗୋପାଳ ସାମନ୍ତରାୟ ଓ ବ୍ରଜକିଶୋର ଦଳବେହେରା ନୂତନ ଚାରା ଗୁଡିକର ଦାୟୀତ୍ୱ ନେଇ ସୂରକ୍ଷା ଦେଉଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories