ଚାଉଳ ରସ ମଲେଇ
ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ ( ବାସୁମତୀ ବା ସରୁ ଅରୁଆ ଚାଉଳ ) ୨୫୦ ଗ୍ରାମ
କ୍ଷୀର – ୧ ଲିଟର
ଚିନି- ୧ କପ
ନଡ଼ିଆ – ଫାଳେ (ଗୋଟିଏ ରୁ ଅଧା)
ଚେରି – ୬ ରୁ ୭
ଲୁଣ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଚାଉଳକୁ ୨ ରୁ ୩ ଘଣ୍ଟା ବତୁରାଇ ରଖି ବାଟି ଦିଅନ୍ତୁ। ଏହା ପରେ ଗ୍ୟାସରେ କଡେଇ ଗରମ କରି ପାଣି ଓ ଲୁଣ ପକାଇ ଫୁଟାନ୍ତୁ। ଏଥିରେ ବଟା ଚାଉଳକୁ ପକାନ୍ତୁ ଓ ଏହାକୁ ଘାଣ୍ଟି ଜନ୍ତଣି ପ୍ରସ୍ତୁତ କରନ୍ତୁ। ଏହା ପ୍ରସ୍ତୁତ ହେବା ପରେ ସାମାନ୍ୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ପରେ ଏହାକୁ ଗୋଲ ଗୋଲ ବଲ୍ ଭଳି ତିଆରି କର ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସରେ ଅନ୍ୟ ଏକ କଡେଇ ବସାଇ ସେଥିରେ କ୍ଷୀର ପକାଇ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ଚିନ, କୋରା ପକାନ୍ତୁ ଓ ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା ବଲ୍କୁ ପକାନ୍ତୁ। ୧ ମିନିଟ ମଧ୍ୟରେ ଏହାକୁ ଏକ ପାତ୍ରକୁ କାଢି ଚେରି ଦେଇ ସଜାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚାଉଳ ରସ ମଲେଇ।