www.samajalive.in
Sunday, December 7, 2025
14.1 C
Bhubaneswar

ଆଦିତ୍ୟ ମୃତ୍ୟୁ ରହସ୍ୟ, ପତ୍ନୀ ବିଦ୍ୟାଶ୍ରୀଙ୍କୁ ୪ ଘଣ୍ଟା ଜେରା

ଭୁବନେଶ୍ବର: ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଖୋଲିବାରେ ଯେତିକି ବିଳମ୍ବ ହେଉଛି, ସେତିକି ନୂଆ ନୂଆ ରୋଚକ ତଥ୍ୟ ରେଳବାଇ ପୁଲିସ ହାତରେ ଲାଗୁଛି। ଆଦିତ୍ୟଙ୍କ ମୃତ୍ୟୁ ଯେଉଁ ସମୟରେ ଟ୍ରେନ୍‌ ଧକ୍କା ଲାଗି ହୋଇଛି ସେହି ସମୟରେ ପାଖାପାଖି ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ରାଜଧାନୀକୁ ଆସୁଥିବାରୁ ସେଥିରେ ଧକ୍କା ହୋଇଥିବା ଆଶଂକା କରି ଏହାର ଲୋକପାଇଲଟ୍‌ଙ୍କୁ ଜେରା କରାଯାଇଥିଲା। ଗତ ୬ ତାରିଖ ସଂଧ୍ୟାରେ ଯେଉଁ ଟ୍ରେନ୍‌ ସବୁ ଲିଙ୍ଗରାଜ ଷ୍ଟେସନ୍‌ ଅତିକ୍ରମ କରିଥିଲା। ପୁଲିସ ସମସ୍ତ ଟ୍ରେନର ମେମୋ ମାଗିଥିଲା। ହେଲେ କୌଣସି ଟ୍ରେନ୍‌ ଚାଳକ ମେମୋ ଦେଇ ନ ଥିଲେ। ତଥାପି ଶୁକ୍ରବାର ପୁରୁଷୋତ୍ତମ ଏକ୍ସପ୍ରେସ ଲୋକୋ ପାଇଲଟଙ୍କୁ ରେଳବାଇ ପୁଲିସ ଜେରା କରିବାବେଳେ ସେ କହିଥିଲେ ତାଙ୍କ ଇଞ୍ଜିନରେ କେହି ଧକ୍କା ହୋଇ ନ ଥିବା ସେ କହିଛନ୍ତି। ଗଣମାଧ୍ୟମକୁ ବି ସମାନ କଥା କହିଛନ୍ତି। ଏହାପରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅଧିକ ସସ୍‌ପେନ୍ସ ବଢ଼ିଛି। ପୁଲିସ ଅଡୁଆରେ ପଡ଼ିଛି। ତେବେ କେଉଁ ଟ୍ରେନ୍‌ ଧକ୍କା ଦେଲା ତାହା ପୁଲିସର ଚିନ୍ତା ବଢ଼ାଇ ଦେଇଛି।

ସେହିପରି ରେଳବାଇ ଥାନାର ତଦନ୍ତକାରୀ ଅଧିକାରୀଙ୍କ ସମେତ ଏକ ୫ ଜଣିଆ ଟିମ୍‌ ଶୁକ୍ରବାର ବିଦ୍ୟାଶ୍ରୀଙ୍କ ଘରକୁ ଯାଇ ସଂଧ୍ୟା ୬ଟାଠାରୁ ପ୍ରାୟ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଜେରା କରିଥିଲା। ତାଙ୍କୁ ଜେରା ସମୟରେ ସେ ଅନେକ ତଥ୍ୟ ପୁଲିସକୁ ଦେଇଛନ୍ତି। ଆଦିତ୍ୟଙ୍କ ସହଯୋଗୀଙ୍କୁ ଜେରାବେଳେ ମଧ୍ୟ ପୁଲିସକୁ ହତ୍ୟା କରାଯିବା ନେଇ କୌଣସି ସୁରାକ୍‌ ମିଳିନାହିଁ। ତେଣୁ ଆଦିତ୍ୟଙ୍କ ବଲାଙ୍ଗୀରିସ୍ଥିତ ଅନ୍ତରଙ୍ଗ ବନ୍ଧୁ ବିଶ୍ବ ଭୋଇଙ୍କୁ ଜେରା କରିବା ଲାଗି ପୁଲିସ ନୋଟିସ ଜାରି କରିଛି। ଅନ୍ୟପକ୍ଷରେ ବିଦ୍ୟାଶ୍ରୀଙ୍କୁ ଜେରା କରିବା ସହିତ ତାଙ୍କର ପୂର୍ବ ରେକର୍ଡ ଖୋଜିବା ଆରମ୍ଭ କରିଛି। ବିଦ୍ୟାଶ୍ରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପରେ ପୁଲିସ ଆଦିତ୍ୟଙ୍କ ସମ୍ପର୍କରେ କିଛି ନିଷ୍ପତ୍ତି ନେବ। ଆଦିତ୍ୟଙ୍କ ଭଡ଼ା ଘରଠାରୁ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏ ସ୍ଥାନରୁ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଛି। ଅନ୍ୟ କେଉଁଠାରେ ସିସିଟିଭି ରହିଛି କି ନାହିଁ ତାହାର ଅନୁସନ୍ଧାନ ଚଳାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories