ଗେହଲଟଙ୍କ ସଂଖ୍ୟାଲଘୁ ସରକାରକୁ ବଞ୍ଚାଉଛନ୍ତି କି ବିଜେପି ନେତ୍ରୀ ବସୁନ୍ଧରା?
-ବିଜେପି ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ସାଂସଦ ହନୁମାନ ବେନିୱାଲ କହିଲେ ପ୍ରମାଣ ଅଛି
ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ବିଜେପିର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ନେତା ତଥା ସାଂସଦ ହନୁମାନ ବେନିୱାଲ । ବସୁନ୍ଧରା ରାଜେ ରାଜସ୍ଥାନର ଗେହଲଟ୍ ସରକାରଙ୍କୁ ସମର୍ଥନ କରୁଛନ୍ତି ଏବଂ ସରକାର ବଞ୍ଚାଇବା ପାଇଁ ଲାଗି ପଡ଼ିଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ସେ ଲେଖିଛନ୍ତି ବସୁନ୍ଧରା ରାଜସ୍ଥାନ କଂଗ୍ରେସରେ ତାଙ୍କର ଘନିଷ୍ଠ ବିଧାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ଓ ଗେହଲଟଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସିକର ଓ ନାଗୋର ଜିଲାର ବିଧାୟକମାନଙ୍କୁ ଫୋନ କରି ବସୁନ୍ଧରା କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ ଏହାର ପ୍ରମାଣ ତାଙ୍କ ନିକଟରେ ରହିଛି ବୋଲି ବେନିୱାଲ କହିଛନ୍ତି ।
पूर्व सीएम वसुंधरा राजे ने @INCRajasthan में उनके करीबी विधायको से दूरभाष पर बात करके उन्हें @ashokgehlot51 का साथ देने की बात कही,सीकर व नागौर जिले के एक एक जाट विधायको को राजे ने खुद इस मामले में बात करके @SachinPilot से दूरी बनाने को कहा जिसके पुख्ता प्रमाण हमारे पास है !
— HANUMAN BENIWAL (@hanumanbeniwal) July 16, 2020
ରାଜନୈତିକ ସମୀକ୍ଷକମାନଙ୍କ ସୂଚନା ଅନୁସାରେ ବେନିୱାଲ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଘନିଷ୍ଠ, ମାତ୍ର ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ସେ ପସନ୍ଦ କରନ୍ତି ନାହିଁ ଓ ତାଙ୍କ ବିରୋଧୀ ଭାବରେ ଜଣାଶୁଣା। ରାଜସ୍ଥାନର ଗତ ସପ୍ତାହେ ଧରି ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ବସୁନ୍ଧରା ପୁରାପୁରି ନିରବ ରହିଛନ୍ତି । ଏପରିକି ବିଜେପିର ଦୁଇଥର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବୈଠକରେ ବସୁନ୍ଧରା ରାଜେ ଅନୁପସ୍ଥିତ ରହିଛନ୍ତି । ଏହାକୁ ନେଇ ଗେହଲଟ ଓ ବସୁନ୍ଧରାଙ୍କୁ ନେଇ ଟ୍ବିଟରରେ ଟ୍ରେଣ୍ଡ ଆରମ୍ଭ ହୋଇଛି ।
पूर्व सीएम वसुन्धरा राजे @ashokgehlot51 की अल्पमत वाली सरकार को बचाने का पुरजोर प्रयास कर रही है,राजे द्वारा कोंग्रेस के कई विधायको को इस बारे में फोन भी किए गए !#गहलोत_वसुंधरा_गठजोड@AmitShah @AmitShahOffice @JPNadda @BJP4India @BJP4Rajasthan @RLPINDIAorg
— HANUMAN BENIWAL (@hanumanbeniwal) July 16, 2020
Comments are closed.