୧୫ କିଲୋର ପୋଷାକ ପିନ୍ଧି ନୃତ୍ୟ କଲେ ଗୌହର

0

ଚଳଚ୍ଚିତ୍ର ଅଭିନେତ୍ରୀ ଗୌହର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରିବାର ନଜର ଆସିବେ। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଖବର ମୁତାବକ ଗୌହର ୧୨ କିଲୋ ର ପୋଷାକ ଓ ୩ କିଲୋ ର ଗହଣା ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି। ସରୋଜ ଖାନ କୋରିଓଗ୍ରାଫି କରିଛନ୍ତି। ଡିଏନ୍‍ଏ ଖବର ଅନୁସାରେ ଗୌହର କହିଛନ୍ତି, “ଆମ ପାଖେ ବହୁତ କମ୍‍ ସମୟ ଥିଲେ ମଧ୍ୟ ନୃତ୍ୟଅଭ୍ୟାସ ପାଇଁ ମୁଁ ବହୁତ ସମୟ ଦେଇଛି। ଏତେ ଭାରୀ ପୋଷାକ ଓ ଗହଣା ସହ ନୃତ୍ୟ କରିବାରେ ବହୁତ ଅସୁବିଧା ହେଉଥିଲା। ତା’ ସହିତ ମୋ ଉପରେ ଗୁରୁ ଦାୟିତ୍ୱ ଥିଲା ଏମିତି ନହେଉ ମୋ ପାଇଁ ସରୋଜ ନିରାଶ ହୁଅନ୍ତୁ। ଶେଷରେ ସବୁକିଛି ଠିକ୍‍ ହୋଇଥିଲା। ସୁଟିଙ୍ଗ୍‍ ସରିବା ପରେ ସରୋଜ ଖୁସି ଦେଖାଯାଉଥିଲେ ଓ ତାଙ୍କ ଚେହେରାରେ ଏକ ସନ୍ତୋଷର ଛାୟା ଦେଖାଯାଉଥିଲା”। ଗୌହରଙ୍କ ପୂର୍ବରୁ ବଲିଉଡ଼ରେ ଭାରୀ ପୋଷାକ ପିନ୍ଧି ବହୁ ଅଭିନେତ୍ରୀ ନୃତ୍ୟ କରିଛନ୍ତି। ଯେପରିକି ଦେବଦାସ ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ୍‍ ଓ ନିକଟରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ପଦ୍ମାବତ୍‍ ରେ ଦୀପିକା ପାଦୁକୋନ ଭାରୀ ପୋଷାକ ଓ ଗହଣା ସହ ନୃତ୍ୟ କରିଥିଲେ।

kalyan agarbati
Leave A Reply