ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ରାହୁଲଙ୍କ ପ୍ରତିଶ୍ରୁତି

0

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବ ବୋଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ଦାବିରେ ଆନ୍ଧ୍ରପ୍ରଦେଶର ସାଂସଦମାନେ ବିକ୍ଷୋଭ ଚଳାଇଥିବାବେଳେ ରାହୁଲ ସେମାନଙ୍କୁ ସାକ୍ଷାତ କରିବା ପୂର୍ବକ ଏପରି ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଡିପି ସାଂସଦମାନେ କହିଛନ୍ତି ଯେ ୨୦୧୪ରେ ତେଲଙ୍ଗାନା ରାଜ୍ୟଗଠନ ସମୟରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଏହି ପ୍ରତିଶ୍ରୁତିକୁ ପାଳନ କରାଯାଉ ନାହିଁ।

Leave A Reply