www.samajalive.in
Monday, December 15, 2025
24.1 C
Bhubaneswar

କୋଭିଡ ନିୟମ ଉଲ୍ଲଂଘନ; ୩ ଜଣଙ୍କ ନାଁରେ ମାମଲା

ଝାରସୁଗୁଡ଼ା: ବାହାର ରାଜ୍ୟରୁ ଆସି ହୋମ୍‌ କ୍ବାରେଣ୍ଟାଇନରେ ରହୁଥିବା ଲୋକେ ନିୟମ ଉଲ୍ଲଂଘନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲା ପ୍ରଶାସନ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଝାରସୁଗୁଡ଼ା ଥାନା ଅଞ୍ଚଳରେ ଏହି ୩ ମାମଲା ରୁଜୁ ହୋଇଛି। ଦଫା ୧୮୮, ୨୬୯, ୨୭୦, ୨୭୦ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଉପଜିଲାପାଳ ଶିବ ଟପ୍ପୋ କହିଛନ୍ତି। ଏମାନେ ବାହାର ରାଜ୍ୟରୁ ଆସିଥିଲେ ହେଁ ତଥ୍ୟ ଲୁଚାଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜିଲାପାଳ ସରୋଜ ସାମଲ କହିଛନ୍ତି, କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ସକାଶେ ଦ୍ରୁତ ସଂକମଣ ଆଶଙ୍କା ଲାଗି ରହୁଥିବାରୁ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆବଶ୍ୟକ ହେଲେ ଗିରଫ ମଧ୍ୟ କରାଯାଇପାରେ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି। ଜିଲାରେ ଏବେ(ମଙ୍ଗଳବାର  ସନ୍ଧ୍ୟା) ସୁଦ୍ଧା ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୨୯ରହିଛି। ଏଥିମଧ୍ୟରୁ ୧୦୬ଜଣ ଆରୋଗ୍ୟ ହୋଇଥିବା ବେଳେ ୨୩ଜଣ ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ମଧ୍ୟରୁ ୨୧ଜଣ ଝାରସୁଗୁଡ଼ା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ଜଣ ଭୁବନେଶ୍ୱରର କିମ୍ସ ଡାକ୍ତରଖାନାରେ ଅଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଜିଲା ସାରା ଲୋକଙ୍କ ଘରକୁ ଘର ଯାଇ ସର୍ବେକ୍ଷଣ ହେଉଛି। ଏଏନଏମମାନଙ୍କ ତତ୍ତ୍ୱାବଧାନରେ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ଗତ ୩ସପ୍ତାହ ହେଲା ଏହି କାମ ଜାରି ରଖିଛନ୍ତି। ଜିଲାର ସମୁଦାୟ ୧ଲକ୍ଷ ୪୨ହଜାର ପରିବାରରୁ ୪୮ ପ୍ରତିଶତ ଘରର ସର୍ବେକ୍ଷଣ କାମ ଶେଷ ହୋଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଜିଲାବାସୀ କ୍ବାରେଣ୍ଟାଇନ ନିୟମ ପାଳନ କରନ୍ତୁ, ଅଥବା ଯିଏ ବ୍ୟତିକ୍ରମ କରୁଛି ତା ବିଷୟରେ ଜିଲା ପ୍ରଶାସନକୁ ସୂଚନା ଦିଅନ୍ତୁ ବୋଲି ଜିଲାପାଳ ଆହ୍ବାନ କରିଛନ୍ତି।

- Advertisement -

 

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories