ତିବ୍‍ବତରେ ଚୀନ ସେନାର ଅଭ୍ୟାସ

0

ବେଜିଂ : ଡୋକଲାମ ସୀମା ବିବାଦର ଅନ୍ତ ପରେ ପ୍ରଥମ ଥର ତିବ୍‍ବତରେ ଚୀନର ପିପୁଲ୍ସ ଲିବ୍ରେସନ ଆର୍ମି (ପିଏଲଏ) ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ସମନ୍ୱୟ ଅଭ୍ୟାସ କରିଛି। ଅଭ୍ୟାସ ମାଧ୍ୟମରେ ତିବ୍‍ବତରେ ଚୀନ ବିଭିନ୍ନ ଯୁଦ୍ଧାସ୍ତ୍ର, ସେନା ଓ ଜନତା ମଧ୍ୟରେ ସମନ୍ୱୟ ଏବଂ ଯୁଦ୍ଧ ସାମଗ୍ରୀ ପରିବହନର କ୍ଷମତାକୁ ପରୀକ୍ଷଣ କରିଛି। ଚୀନ ସରକାରୀ ଗଣମାଧ୍ୟମରେ ଗୁରୁବାର ଏହି ରିପୋର୍ଟ ପ୍ରକାଶ ପାଇଛି। ପିଏଲଏ ଗତ ମଙ୍ଗଳବାର ଏହି ଅଭ୍ୟାସ କରିଥିବା ସୂଚନା ମିଳିଛି। ଚୀନ ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ ଗତ ବର୍ଷ ଅଗଷ୍ଟରେ ସମୁଦ୍ର ପତ୍ତନଠାରୁ ୪,୬୦୦ ମିଟର ଉପରେ ୧୩ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥିଲା। ମଙ୍ଗଳବାର ଚୀନ ସେନାର ଅଭ୍ୟାସକୁ ସେନା-ଜନତା ସମନ୍ୱୟର ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି। ସ୍ଥାନୀୟ କମ୍ପାନୀ ଏବଂ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ଅଭ୍ୟାସ କରାଯାଇଛି। ଅଭ୍ୟାସ ମଧ୍ୟରେ ସୈନ୍ୟ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟର ଋଣନୀତିକୁ ଦେଖାଯାଇଥିଲା। ତିବ୍‍ବତ ଏକ ପାହାଡ଼ିଆ ସ୍ଥାନ ହୋଇଥିବାବେଳେ ଭୌଗଳିକ ସ୍ଥିତି ଏବଂ ଜଳବାୟୁରେ ରହିବା ଅତ୍ୟନ୍ତ କଷ୍ଟକର। ସେଠାରେ ବହୁ ଦିନ ସୈନିକଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଣ କଷ୍ଟକର। ଏଭଳି ଅଭ୍ୟାସ ଏଭଳି ଜଳବାୟୁରେ ତିଷ୍ଟି ରହିବା ଓ ସାମଗ୍ରୀ ଯୋଗାଣକୁ ସହଜ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଅଭ୍ୟାସ ବେଳେ ତୈଳ ସରିବା ମାତ୍ରେ ଏକ ସ୍ଥାନୀୟ ପେଟ୍ରୋଲିୟମ କମ୍ପାନୀ ତେଲ ଯୋଗାଇ ଦେଇଥିଲା। ଲାହସା ସରକାର ସୈନ୍ୟଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ସମୁଦ୍ର ପତ୍ତନଠାରୁ ଅତି ଉଚ୍ଚରେ ଅବସ୍ଥିତ ତିବ୍‍ବତର ବିଭିନ୍ନ ଅଞ୍ଚଳରେ ନିୟୋଜିତ ସୈନ୍ୟଙ୍କୁ ଖାଦ୍ୟ, ପାନୀୟ ଏବଂ ଅସ୍ତଶସ୍ତ୍ର ଯୋଗାଣ ଏକ ବଡ଼ ଆହ୍ୱାନ ବୋଲି ଗ୍ଲୋବାଲ ଟାଇମ୍ସରେ ଉଲ୍ଲେଖ କରାଯାଇଛି। ଚୀନର ପ୍ରତିରକ୍ଷା ବିଶେଷଜ୍ଞ ସୋଙ୍ଗ ଝୋଙ୍ଗପିଙ୍ଗ କହିଛନ୍ତି ଯେ ୧୯୬୨ ଯୁଦ୍ଧରେ ବିଜୟ ପରେ ବି ଚୀନ ସୈନ୍ୟଙ୍କୁ ସଠିକ୍‍ ସମୟରେ ଖାଦ୍ୟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ନମଳିବାରୁ ସେମାନେ ବିଜୟର ଲାଭ ପାଇନଥିଲେ। ତିବ୍‍ବତର ସ୍ଥାନୀୟ ଲୋକେ ସାମୟିକ ସମୟ ପାଇଁ ସୈନ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ ବି ଏହା ପର୍ଯ୍ୟାପ୍ତ ନଥିଲା। ପଳରେ ଭାରତଠୁ ବିଜୟର ପରେ ବି ଚୀନ ସଫଳତା ପାଇନଥିଲା। ଏହି ଅଭ୍ୟାସ ଏ କ୍ଷେତ୍ରରେ ଅନେକ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

kalyan agarbati
Leave A Reply