ହଜିଲା ପିଲାଙ୍କୁ ଖୋଜିବ ରି-ୟୁନାଇଟ୍‍

0

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଭାରତରେ ହଜି ଯାଇଥିବା ପିଲାଙ୍କୁ ଖୋଜି ସେମାନଙ୍କୁ ପୁଣି ଥରେ ନିଜ ପରିବାରବର୍ଗଙ୍କ ନିକଟକୁ ଫେରାଇ ଆଣିବା ପ୍ରୟାସରେ ଆରମ୍ଭ ହୋଇଥିବା ମୋବାଇଲ ଆପ୍‍ “ରି-ୟୁନାଇଟ୍‍’କୁ ଉଦଘାଟନ କରିଛନ୍ତି। ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ନିଜ ହଜି ଯାଇଥିବା ସନ୍ତାନଙ୍କୁ ଫେରି ପାଇବାର ପ୍ରୟାସରେ “ରି-ୟୁନାଇଟ୍‍’ ଏକ ଯୁଗାନ୍ତକାରୀ ମାଇଲଖୁଣ୍ଟ ପ୍ରମାଣିତ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଏହି ପ୍ରରିପ୍ରେକ୍ଷିରେ ମତବ୍ୟକ୍ତ କରିଛନ୍ତି। ଏହି ଆପକୁ ପିଲାଙ୍କ ଅଭିଭାବକମାନେ ମୋବାଇଲରେ ଅପଲୋଡ଼ କରି ସେମାନଙ୍କ ନାମ, ଫଟୋ, ଜନ୍ମ ତାରିଖ, ଜନ୍ମ ଦାଗ, ଠିକଣା, ନିକଟସ୍ଥ ପୁଲିସ ଷ୍ଟେସନର ନାମ ପ୍ରଦାନ କରିବେ। ସେହିପରି କୌଣସି ଖୋଜି ପାଉଥିବା ପିଲାଙ୍କ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମଧ୍ୟ ଏହି ଆପରେ ଅବଲୋଡ଼ କରାଯିବ। ସେହିପରି ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଉ ଥିବା ପିଲାଙ୍କ ସମ୍ପର୍କରେ ମଧ୍ୟ ଏହି ଆପରେ ତଥ୍ୟ ଅପଲୋଡ଼ ହେବ। ଫଳରେ ପ୍ରତି ବର୍ଷ ହଜି ଯାଉଥିବା ପିଲାଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ତ୍ୱରିତ ବେଗରେ କରାଯାଇ ପାରିବ।

kalyan agarbati
Leave A Reply