ଭଦ୍ରା ଉପରେ ଆଇଟି ଛାଟ

0

ନୂଆଦିଲ୍ଲୀ: କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଉପରେ ଆଇଟି ବିଭାଗ ନୋଟିସ ଜାରି କରିଛି। ଦିଲ୍ଲୀ ସ୍ଥିତ ସ୍କାଏ ଲାଇଟ ହସପିଟାଲିଟିର ନିର୍ଦେଶକ ଶ୍ରୀ ଭଦ୍ରା ୨୦୧୦-୧୧ରେ ଫାଙ୍କି ଥିବା ଟିକସର ମୂଳ ଓ ସୁଧ ମିଶାଇ ୨୫.୮କୋଟି ଟଙ୍କା ଆୟକର ବିଭାଗକୁ ପ୍ରଦାନ କରିବାକୁ ନୋଟିସ ଜାରି କରାଯାଇଛି। ରବର୍ଟଙ୍କ କମ୍ପାନୀ ୨୦୧୦-୧୧ରେ ୪୩କୋଟି ଟଙ୍କା ଆୟ କରିଥିବା ତଥ୍ୟରେ ଦର୍ଶାଯାଇ ଥିଲା। ଏହି ଟଙ୍କାକୁ ରବର୍ଟଙ୍କ କମ୍ପାନୀ ଦୀର୍ଘ ମିଆଦୀ ବ୍ୟବସାୟରେ ଖଟାଇ ଥିବା ଦର୍ଶାଯାଇ ଥିଲା। ତେବେ ମୂଳ ଟଙ୍କାରେ ଶ୍ରୀ ଭଦ୍ରାଙ୍କ କମ୍ପାନୀ ଜମି କିଣାବିକାରେ ଲଗାଇ ଥିବା ଜଣା ପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ଦୀର୍ଘ ମିଆଦୀ ବ୍ୟବସାୟରେ ନିଜ ପୁଞ୍ଜି ଖଟାଇଥିବାରୁ ଶ୍ରୀ ଭଦ୍ରା ୨୦ପ୍ରତିଶତ ଟିକସ ପ୍ରଦାନ କରିଥିଲେ। ଜମି କିଣାବିକା କ୍ଷେତ୍ରରେ ରବର୍ଟଙ୍କୁ ୩୦ ପ୍ରତିଶତ ଟିକସ ଦେବାର ଆବଶ୍ୟକତା ଥିଲା। ବିଗତ ୭ବର୍ଷ ମଧ୍ୟରେ ଶ୍ରୀ ଭଦ୍ରା କରିଥିବା ଏଭଳି ଜମି କିଣାବିକାର ଲାଭର ୩୦ପ୍ରତିଶତ ଟିକସ ଓ ସୁଧକୁ ଯୋଡ଼ି ଆୟକର ୨୫କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଜାରି କରିଛନ୍ତି।

kalyan agarbati
Leave A Reply