ଏହି ବୃକ୍ଷ ଲଗାଇଲେ ମିଳେ ଶୁଭ ଫଳ, ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?

0

ବୃକ୍ଷ ମନୁଷ୍ୟ ଜୀବନର ପରମ ବନ୍ଧୁ ବୋଲି କୁହାଯାଇଛି । ି ସକାଳ ଠାରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ ବୃକ୍ଷ ମନୁଷ୍ୟର ଉପକାର କରିଥାଏ । ଏପରି ବହୁ ବୃକ୍ଷ ଅଛି ଯାହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସାମନା , ଆଖପାଖ ଅଥବା ବଗିଚାରେ ଲଗାଇଲେ ଖୁବ୍‌ ଶୁଭ ଫଳ ଦେବା ସହ ଉନ୍ନତି ମଧ୍ୟ ଘଟାଇଥାଏ । ଆସନ୍ତୁ ସେହିଭଳି ବୃକ୍ଷ ବିଷୟରେ ଜାଣିବା ।
ବେଲ – ଭଗବାନ ଶିବଙ୍କର ଏହା ପ୍ରିୟ ବୃକ୍ଷ ଅଟେ । ଏହି ବୃକ୍ଷ ଥିଲେ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରୁହନ୍ତି । ତେଣୁ ଗୃହରେ ଧନର ହାନି ଘଟେ ନାହିଁ । ଏହାକୁ ସର୍ବଦା ଦର୍ଶନ କଲେ ମଧ୍ୟ ପାପ ନାଶ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏତଦବ୍ୟତୀତ ଏହି ବୃକ୍ଷ ହେତୁ ବଂଶ ବୃଦ୍ଧି ମଧ୍ୟ ହୋଇଥାଏ ।
ତୁଳସୀ – ଏହା ଏକ ପବିତ୍ର ବୃକ୍ଷ ବୋଲି ମାନ୍ୟତା ରହିଥିବା ସହ ଏହାର ଗୁଣ ବିଷୟରେ ସଭିଏଁ ଅବଗତ ଅଟନ୍ତି । ଏହାକୁ ନିୟମିତ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ସହ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ । ମାତ୍ର ଏହାକୁ ଦକ୍ଷିଣ ପଟେ ଲଗାଇବା ଅନୁଚିତ୍‌ ।
ଅଶ୍ୱଗନ୍ଧା – ଏହି ବୃକ୍ଷକୁ ଲଗାଇଲେ ବହୁ ବାସ୍ତୁ ସମସ୍ୟା ଦୂର ହୋଇଯାଏ । ସର୍ବଦା ଶୁଭ ଫଳ ମଧ୍ୟ ଦେଇଥାଏ । ଏତଦ୍‌ ବ୍ୟତୀତ ଏହାର ଅନେକ ଔଷଧୀୟ ଗୁଣ ରହିଛି ।
ଅଁଳା – ଏହା ଗୃହର ଉତ୍ତର ପୂର୍ବ ପଟେ ରହିଲେ ଅତ୍ୟନ୍ତ ଲାଭପ୍ରଦ ସହ ସମସ୍ତ କଷ୍ଟ ଦୂର ହୋଇଥାଏ । ଏହି ବୃକ୍ଷରେ ସବୁ ଦେବତା ବାସ କରନ୍ତି । ଏହା ଭଗବାନ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଟେ । କାର୍ତ୍ତିକ ମାସରେ ଏହାକୁ ପୂଜା କଲେ ଖୁବ ଶୁଭ ଫଳ ମିଳିଥାଏ ।
ଅଶୋକ – ଏହି ବୃକ୍ଷ ଥିଲେ ପରିବାର ମଧ୍ୟରେ ସ୍ନେହ ସମ୍ପର୍କ ସର୍ବଦା ରହିଥାଏ । ଏହା ଦ୍ୱାରା ସୁଖ ଶାନ୍ତ ଳାଗି ରହେ । ଏହା ଏକ ପବିତ୍ର ବୃକ୍ଷ ଅଟେ

prayash

ଶନି ବୃକ୍ଷ – ଏହି ବୃକ୍ଷ ଥିଲେ ଶନିଙ୍କର କୃପା ହୋଇଥାଏ । ଏହାକୁ ଘରର ମୁଖ୍ୟ ଦ୍ୱାରର ବାମ ପଟେ ଲଗାଇବା ଦ୍ୱାରା ଖୁବ୍‌ ଶୁଭ ଫଳ ମିଳେ । ଏତଦ୍‌ ବ୍ୟତୀତ ବିଜୟା ଦଶମୀରେ ଏହାକୁ ପୂଜା କଲେ ସର୍ବଦା ସ୍ୱାସ୍ଥ୍ୟ ଭଲ ରହିବା ସହ ଧନର ଅଭାବ ମଧ୍ୟ ହୁଏ ନାହିଁ ।

kalyan agarbati
Leave A Reply