ସର୍ଜିକାଲ ଷ୍ଟ୍ରାଇକ୍‍ ଭିଡ଼ିଓ ଜାରି, କଂଗ୍ରେସର ନିନ୍ଦା

0

ନୂଆଦିଲ୍ଲୀ : ପ୍ରାୟ ଦୁଇ ବର୍ଷ ତଳେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ସୀମା ପାର ସର୍ଜିକାଲ ଷ୍ଟ୍ରାଇକ୍‍ର ଭିଡ଼ିଓକୁ ସରକାର ସାର୍ବଜନୀନ କରିଛନ୍ତି। ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୨୦୧୬ ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନା ସୀମା ପାର କରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‍ କରିଥିଲା। ଭାରତୀୟ ସେନା ପିଓକେର ଥିବା ଅନେକ ପାକିସ୍ତାନୀ ଆତଙ୍କବାଦ ବଙ୍କରକୁ ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେହି ସମୟରେ ଯବାନଙ୍କ ହେଲମେଟ୍‍ ଉପରେ ଲାଗିଥିବା କ୍ୟାମେରା ଓ ଡ୍ରୋନ୍‍ ଯୋଗେ ସମ୍ପୂର୍ଣ୍ଣ ଅଭିଯାନର ଭିଡ଼ିଓ ଚିତ୍ର ଉତ୍ତୋଳନ କରାଯାଇଥିଲା। ଏହି ଭିଡ଼ିଓ ଚିତ୍ରକୁ ସେତେବେଳେ ପ୍ରଘଟ କରାଯାଇନଥିଲା। ଏବେ ସରକାର ଏହି ଭିଡ଼ିଓ ଚିତ୍ରକୁ ଜାରି କରିଛନ୍ତି। ଏଥିରେ ଭାରତୀୟ ସେନା ଯବାନମାନେ କିପରି ଗୁଳି ମାଡ଼ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରୁଛନ୍ତି ତାହା ଦେଖିବାକୁ ମିଳିଛି।

video courtesy-wion news

prayash

ଉଲ୍ଲେଖ ଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୧ ଯବାନ ସହିଦ ହୋଇଥିଲେ। ଏହାପରେ ସେପ୍ଟେମ୍ବର ୨୪ରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‍ ପାଇଁ ନିଷ୍ପତ୍ତି ନେଇଥିଲା। ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନାର ୧୫୦ ଜଣ ଯବାନ ଧ୍ରୁବ ହେଲିକପ୍ଟର ଯୋଗେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ପ୍ରବେଶ କରିଥିଲେ। ଯବାନମାନେ ୮ଟି ଦଳରେ ଭାଗ ହୋଇ ସେଠାରେ ଅଭିଯାନ ଆରମ୍ଭ କରିଥିଲେ। ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ତଲାସୀ ଅଭିଯାନ କରି ଭାରତୀୟ ଯବାନ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଏଥିରେ ୫୦ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତର ଏପରି ଅଚାନକ ଅଭିଯାନରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଥିଲା। ପାକିସ୍ତାନ ସେନା ଏହାର କୌଣସି ସୁରାକ ପାଇନଥିଲା।
ସର୍ଜିକାଲ ଷ୍ଟ୍ରାଇକ୍‍ର ଭିଡ଼ିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ମୁଖପାତ୍ର ରଣତୀପ ସୂର୍ଯ୍ୟେୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ ସରାକର ଯବାନଙ୍କୁ ନେଇ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ ହାତେଇବା ପାଇଁ କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକ୍‍ ଭିଡିଓ ଜାରି କରିଛନ୍ତି ବୋଲି ସେ କହିଛନ୍ତି। ସେ ଏହାକୁ ଲଜ୍ୟାଜନକ କହିବା ସହ ଦୃଢ ନିନ୍ଦା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସର୍ଜିକାଲ ଷ୍ଟ୍ରାଇକ୍‍ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ବିରୋଧୀ ଦଳଗୁଡ଼ିକ ଏହାର ସତ୍ୟତାର ପ୍ରମାଣ ମାଗିଥିଲେ।

kalyan agarbati
Leave A Reply