www.samajalive.in
Sunday, December 7, 2025
14.1 C
Bhubaneswar

ଚୀନ ସାମଗ୍ରୀ ବର୍ଜନ ଭୟ: ‘ମେଡ୍‌ ଇନ୍‌ ଇଣ୍ଡିଆ’ ଲୋଗୋରେ ମୋବାଇଲ ଷ୍ଟୋରକୁ ଲୁଚାଉଛି କମ୍ପାନୀ

ନୂଆଦିଲ୍ଲୀ: ଭାରତରେ ଏବେ ଚୀନ ବିରୋଧୀ ସ୍ବର ଉତ୍ତୋଳନ ହେଉଛି। ଅନେକ ସ୍ଥାନରେ ଚୀନ ସାମଗ୍ରୀ ବର୍ଜନ କରାଯାଉଛି। ଏହାର ପ୍ରଭାବ ଭାରତର ସ୍ମାର୍ଟଫୋନ ମାର୍କେଟକୁ କବ୍‌ଜା କରିଥିବା ଚୀନ କମ୍ପାନୀଗୁଡ଼ିକ ଉପରେ ପଡ଼ିବା ସମ୍ଭାବନା ରହିଛି। ତେଣୁ କମ୍ପାନୀଗୁଡ଼ିକ ଡ୍ୟାମେଜ କଂଟ୍ରୋଲ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି।

ଭାରତୀୟ ସ୍ମାର୍ଟଫୋନ ବଜାରରେ ଚୀନର ସ୍ମାର୍ଟଫୋନ ନିର୍ମାତା ସାଓମି ୧ ନମ୍ବର ସ୍ଥାନରେ ରହିଛି। ଏବେ କମ୍ପାନୀ ଅଧିକାଂଶ ସହରରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ପ୍ରୟାସ କରିଛି। ଏଥିଲାଗି ବିଭିନ୍ନ ସହରରେ ଥିବା ସାଓମି ଆଉଟ୍‌ଲେଟ୍‌ ତଥା ଷ୍ଟୋରଗୁଡ଼ିକୁ ବର୍ତ୍ତମାନ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଲୋଗୋରେ ଘୋଡ଼ାଇବାରେ ଲାଗିଛି। ବିଶେଷ କରି ସାଓମିର ଏକ୍ସକ୍ଲୁସିଭ ଷ୍ଟୋରଗୁଡ଼ିକରେ ଏହା ଦେଖିବାକୁ ମିଳିଛି। ଇକୋନୋମିକ୍‌ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, କମ୍ପାନୀ ନିଜର ପ୍ରୋମୋଟର୍ସମାନଙ୍କୁ ସାଓମିର ୟୁନିଫର୍ମ ନ ପିନ୍ଧିବାକୁ ପରାମର୍ଶ ଦେଇଛି। ଦିଲ୍ଲୀ-ଏନସିଆର, ମୁମ୍ବଇ, ଚେନ୍ନାଇ, ପାଟନା, ଆଗ୍ରା ଏବଂ ପୁଣେ ଭଳି ସହରରେ ସାଓମି ଷ୍ଟୋରଗୁଡ଼ିକୁ ମେଡ୍‌ ଇନ୍‌ ଇଣ୍ଡିଆ ଲୋଗୋରେ କଭର୍‌ କରିଦିଆଯାଇଛି।

- Advertisement -

ସର୍ବଭାରତୀୟ ମୋବାଇଲ ରିଟେଲର୍ସ ଆସୋସିଏଶନ(ଏଆଇଏମଆରଏ) ସାଓମି, ଓପୋ, ଭିଭୋ, ୱାନ ପ୍ଲସ, ରିଅଲମି, ଲେନେଭୋ ଏବଂ ହୁଆୱେକୁ ଚିଠି ଲେଖିଛି। ଚିଠିରେ ରିଟେଲର୍ସଙ୍କୁ ଭାରତରେ ଚୀନ ବିରୋଧୀ ହାୱା ସମୟରେ କ୍ଷତିରୁ ବର୍ତ୍ତିବା ଲାଗି କିଛି ମାସ ପର୍ଯ୍ୟନ୍ତ ନିଜର ବ୍ରାଣ୍ଡ ଲୋଗୋକୁ ଲୁଚାଇବାକୁ କୁହାଯାଇଛି। ତେବେ ଏକ ଜାତୀୟ ସ୍ତରୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସାଓମି ଇଣ୍ଡିଆର ମୁଖ୍ୟ ମନୁ କୁମାର ଜୈନ କହିଛନ୍ତି, ଦେଶରେ ଚୀନ ସାମଗ୍ରୀ ବର୍ଜନ ଭାବନା ସାଓମିର ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏବେ ବି ବହୁ ସଂଖ୍ୟାରେ ସାଓମିର ଉତ୍ପାଦ ବିକ୍ରି ହେଉଛି। ମନୁ ଜୈନ ଏହା ବି କହି ଆସୁଛନ୍ତି ଯେ, ସାଓମିର ଅଧିକାଂଶ ସ୍ମାର୍ଟଫୋନ ଭାରତରେ ନିର୍ମିତ ହେଉଛି। ସାଓମି ଭାରତୀୟ ସ୍ମାର୍ଟଫୋନ କମ୍ପାନୀଗୁଡ଼ିକଠାରୁ ବି ଅଧିକ ଭାରତୀୟ କମ୍ପାନୀ ବୋଲି ସେ କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories