www.samajalive.in
Saturday, December 6, 2025
26.1 C
Bhubaneswar

ଆଠଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୬୫୧ଟି ମାମଲା ଫଇସଲା

ଆଠଗଡ଼: ଆଠଗଡ଼ ଅଦାଲତ ପରିସରରେ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଶନିବାର ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌‌ ପ୍ରଦୀପ୍ତ କୁମାର ସାହୁ ଏହାକୁ ଉଦ୍‌‌ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ବିଚାରପତି ଶ୍ରୀ ସାହୁ ତାଙ୍କ ଅଦାଲତରେ ୭ଟି ମୋଟର ଯାନ ଦୁର୍ଘଟଣାଜନିତ ମାମଲା ବିଚାର କରି ବୀମା କମ୍ପାନୀଗୁଡିକୁ ୪୪.୬୦ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ କ୍ଷତିଗ୍ରସ୍ତକୁ ଦେବାଲାଗି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ୱେତା ପରିଜା ଗୋଟିଏ ବୈବାହିକ ମାମଲା ଓ ୪ଟି ଦେୱାନୀ ମାମଲା ଫଇସଲା କରିଥିଲେ। ସେହିପରି ଏସଡିଜେଏମ୍‌‌ ଏସ୍‌‌ କୁନମୁନ ଆଚାରୀ ନିଜ ଅଦାଲତରେ ୨ଟି ବୈବାହିକ, ୪୧ଟି ଫୌଜଦାରୀ ଓ ୧ଟି ଚେକ୍‌‌ ବାଉନ୍ସ ମାମଲା ବିଚାର କରି ୧୦.୩୦ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତକୁ ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜେଏମଏଫସି ସମ୍ବେଦନା ସନ୍ଦିପ ଗୋଟିଏ ଚେକ୍‌‌ ବାଉନ୍ସ ମାମଲା ବିଚାର କରି ୫ଲକ୍ଷ ଟଙ୍କା କ୍ଷତିଗ୍ରସ୍ତଙ୍କୁ ଦେବା ପାଇଁ ଆଦେଶ ଦେଇଥିବା ଜଣାପଡ଼ିଛି। ଏତଦ୍‌‌ ବ୍ୟତୀତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଓ ତହସିଲଦାର କ୍ଷତ୍ରମୋହନ ସ୍ୱାଇଁ ନିଜ ନିଜ ଅଦାଲତରେ ରାଜସ୍ୱ ସଂପର୍କୀତ ୫୯୫ଟି ମାମଲା ଫଇସଲା କରି ରାଜସ୍ୱ ବାବଦକୁ ୩୯୯୮୬ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। ଏହି ଲୋକ ଅଦାଲତରେ ଆଠଗଡ଼ ଷ୍ଟେଟବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ଧୁରୁକୁଡିଆର ଆଇଓବି ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ। ଆଠଗଡ଼ ଓକିଲ ସଂଘ ପକ୍ଷରୁ ଲୋକଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories