www.samajalive.in
Monday, December 8, 2025
14.1 C
Bhubaneswar

ଗୋପାଳପୁରରେ ବିକ୍ରମ ଓ ବିଭୂତିଙ୍କ ମଧ୍ୟରେ କଡ଼ା ଟକ୍କର

ଗୋପାଳପୁର: ଗଞ୍ଜାମ ଜିଲ୍ଲାଗୋପାଳପୁର ନିର୍ବାଚନମଣ୍ଡଳୀରେ ଚଳିତ ଥର ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକର ହେବ। ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ବ୍ରହ୍ମପୁରର ବିଧାୟକ ରହିଥିବା ବିକ୍ରମ ପଣ୍ଡାଙ୍କୁ ଏଠାରୁ ପ୍ରାର୍ଥୀ କରା ଯାଇଥିବା ବେଳେ ବିଜେପି ପକ୍ଷରୁ ପୁଣିଥରେ ଚତୁର୍ଥ ଥର ନିମନ୍ତେ ବିଭୂତି ଭୂଷଣ ଜେନାଙ୍କୁ ପ୍ରାର୍ଥୀ କରିଛି। ଅନ୍ୟ ପଟେ ଜାତୀୟ କଂଗ୍ରେସ ପକ୍ଷରୁ ଶ୍ୟାମ ସୁନ୍ଦର ସାହୁ, ଆମ ଆଦମୀ ପାର୍ଟ ପକ୍ଷରୁ ପି ନିଳକଣ୍ଠ ରେଡ୍ଡୀ, ବହୁଜନ ସମାଜ ପାର୍ଟ ପକ୍ଷରୁ ସନ୍ତୋଷ କୁମାର ଦାସ, ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ପକ୍ଷରୁ ଏସ କୁମାରୀ ମମତା, ଭାରତୀୟ ବିକାଶ ପରିଷଦ ପକ୍ଷରୁ କେ ତୁଳାସାୟା ରେଡ୍ଡୀ, ସୋସିଆଲିଷ୍ଟ ସେଣ୍ଟର ୟୁନିଟ ଫର ଇଣ୍ଡିଆ (କମ୍ୟୁନିଷ୍ଟ) ପକ୍ଷରୁ ଶୁଭ ସ୍ମିତା ପାଣିଗ୍ରାହୀ, ସ୍ୱାଧୀନ ଭାବେ ଟି.ପଦ୍ମାବତୀ ଓ ମନୋରଞ୍ଜନ ସାହୁ ପ୍ରମୁଖ ୧୦ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

ଚଳିତ ନିର୍ବାଚନରେ ସମୁଦାୟ ୨୨୬୦୫୦ ଭୋଟର ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏମାନଙ୍କ ମଧ୍ୟରେ ୧୧୪୬୫୦ ପୁରୁଷ, ୧୧୧୩୮୫ ମହିଳା ଓ ୧୫ ଜଣ ଅନ୍ୟ ଭୋଟର ରହିଛନ୍ତି। ବିକ୍ରମ ଓ ବିଭୂତିଙ୍କୁ ଛାଡି ଦେଲେ ଅନ୍ୟ ପ୍ରାର୍ଥୀ ମାନେ ପ୍ରଚାର କରୁଥିଲେ ସୁଦ୍ଧା ସେମାନଙ୍କ ପ୍ରଭାବ ଭୋଟର ଉପରେ କିଛି ପଡୁ ନଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଦଳ ପକ୍ଷରୁ ବିକ୍ରମ, ବିଭୂତି ଓ ଶ୍ୟାମସୁନ୍ଦର ପ୍ରାର୍ଥୀ କରିଥିଲା। ବିଜେଡି ଦଳରେ ଆଶାୟୀ ରହିଥିବା ପ୍ରାର୍ଥୀ ମାନଙ୍କୁ ମନାଇବାରେ ବିକ୍ରମ ସଫଳ ହୋଇଥିବା ବେଳେ ବିଭୂତି କିନ୍ତୁ ଦଳ ପକ୍ଷରୁ ଆଶାୟୀ ରହିଥିବା ପ୍ରାର୍ଥୀ ମାନଙ୍କୁ ମନାଇବାରେ ସଫଳ ହୋଇ ନଥିଲେ। କଂଗ୍ରେସର ମଧ୍ୟ ସମାନ ପରିସ୍ଥିତି ରହିଥିଲା। ପ୍ରଶାସନ ପକ୍ଷରୁ ଗୋପାଳପୁର ରେ ଥିବା ୨୧୩ଟି ବୁଥ ମଧ୍ୟରୁ କନିଷି ୫ ନଂ ବୁଥକୁ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ଚିହ୍ନଟ କରା ଯାଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ସହ କରାପଲ୍ଲୀ ୧ନଂ ବୁଥ କୁ ଇକୋ ଫ୍ରେଣ୍ଡଲି ବୁଥ, ରାଳବ ୧ ଓ ରାଳବ ୨ ଏବଂ ଭାବିନୀପୁର ୪ ନଂ ବୁଥକୁ ଯୁବ ପରିଚାଳନା ବୁଥ ଭାବେ ଚିହ୍ନଟ କରାଯାଇଛି। ଏଥି ସହ ୩୫ଟି ବୁଥକୁ ସଖୀ ବୁଥ ଭାବେ ଚିହ୍ନଟ କରାଯାଇ ସେଠାରେ କେବଳ ମହିଳା ପୁଲିଂ ଅଫିସର ସହ କେବଳ ମହିଳା ମାନଙ୍କୁ ନିୟୋଜିତ କରଯିବ। ଏହା ସହ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ବୁଥରୁ ଓ୍ବେବ କାଷ୍ଟିଙ୍ଗ କରାଯିବ। ପ୍ରଚାରର ଶେଷ ଦିନକୁ ସମସ୍ତ ପ୍ରାର୍ଥୀ ଭରପୁର ଉପଯୋଗ କରିବା ସହ ବିଜେଡି ପକ୍ଷରୁ ବିଜେପି ଓ ବିଜେପି ପକ୍ଷରୁ ବିଜେଡି ସରକାର ପ୍ରତି କଟାକ୍ଷ କରା ଯାଇଥିଲା।ଏହା ସହ ବିଜେପି ସାଂସଦ ପ୍ରାର୍ଥୀ ତଥା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କ ପକ୍ଷରୁ ଗୋପାଳପୁର ରେ ରୋଡ ସୋ କରାଯାଇ ବିଜେଡି ପକ୍ଷରୁ ତାଙ୍କୁ ଜନବିରୋଧୀ ଆଖ୍ୟା ଦିଆଯାଇ ଦଳରୁ ବିତାଡିତ କରାଯାଇଥିଲା। ଏହା ମଧ୍ୟରେ ଗତ ୨୦୨୦ ମସିହାରୁ ଗୋପାଳପୁରର ସମସ୍ତ ଦାୟିତ୍ଵ ନିଜେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ମଧ୍ୟ ଆଜି ଯାଏଁ ଗୋପାଳପୁର ମତ୍ସ୍ୟଜୀବୀଙ୍କ ଦୁଃଖ ଭାବେ ରହିଥିବା ସବୁଦିନିଆ ମୁହାଣ ବ୍ୟବସ୍ଥା କରା ଯାଇନଥିବା କହିବା ସହ ତାଙ୍କୁ ଜିତାଇ ଆଣିଲେ ସେ କମ ଦିନ ମଧ୍ୟରେ ଏହାକୁ କାର୍ଯକାରୀ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories