www.samajalive.in
Saturday, December 6, 2025
26.1 C
Bhubaneswar

ଜୋରନ୍ଦା ଓ ମେଘାରେ ବିଜେଡିର ପ୍ରଚାର

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ୧ନଂ ଜୋନ ଅଧିନ ଜୋରନ୍ଦା ଏବଂ ୩ନଂ ଜୋନ ଅଧିନ ମେଘା ପଞ୍ଚାୟତରେ ଶନିବାର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇଛି। ଜୋରନ୍ଦା ପଞ୍ଚାୟତରେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ, ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟା ଅଶାନ୍ତି ବେହେରା ଓ କୃଷକନେତା ନିରାକାର ଲେଙ୍କା ପ୍ରମୁଖ ଯୋଗଦେଇ ରାଜ୍ୟରେ ବିଗତ ବର୍ଷଗୁଡିକରେ ବିଜେଡି ସରକାର କରିଥିବା ବିକାଶମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜୁ ଜନତା ଦଳକୁ ଆଗାମୀ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ। ସେହିପରି ମେଘା ପଞ୍ଚାୟତରେ ଜିଲ୍ଲା ପରିଷଦ ସଭ ଶ୍ରୀ ବାଘଙ୍କ ନେତୃତ୍ୱରେ ଆୟୋଜିତ ଘରେ ଘରେ ଶଙ୍ଖ କାକ୍ଷକ୍ରମରେ ଯୁବ ନେତା ଆଦିତ୍ୟଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳାଇ, ସରପଞ୍ଚ ବନମାଳୀ ଦଳାଇ, ସମବାୟବିତ୍‌‌ ପ୍ରଶାନ୍ତ କୁମାର ସ୍ୱାଇଁ, ସମିତିସଭ୍ୟ ମାନସ କୁମାର ମଲ୍ଲିକ, ପୂର୍ବତନ ସମିତିସଭ୍ୟ ମାନସ କୁମାର ମଲ୍ଲିକଙ୍କ ସହିତ ବହୁ ସ୍ଥାନୀୟ ନେତା ଯୋଗଦେଇ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ। ଏହି ଦୁଇ ପଞ୍ଚାୟତରେ ଶହ ଶହ ମହିଳା ବିଜେଡି କର୍ମୀଙ୍କ ସମେତ ବହୁ ଆଗଧାଡିର କର୍ମୀ ଅଂଶଗ୍ରହଣ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories