କେଉଁ ଖାଦ୍ୟ ଖାଇଲେ ତ୍ୱଚା ସର୍ବଦା ଉଜ୍ଜଳ ଓ ସୁନ୍ଦର ରହେ ?

0

ସୁନ୍ଦର ରଖିଥାଏ।
ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଔଷଧ ଖାଇଥାନ୍ତି । ହେଲେ ସୁନ୍ଦର ତ୍ୱଚା ପାଇଁ ଖାଦ୍ୟ ଯେ ଅତିଉପକାରୀ ତାହା ଭୁଲିଯାନ୍ତି । ଜଣେ ନିଜ ଜୀବନ ଚର୍ଯ୍ୟାରେ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇପାରିବ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଓ ପାନୀୟ ସମ୍ପର୍କରେ ।
ଲେମ୍ବୁ ସରବତ – ଏଥିରେ ଭିଟାମିନ.ସି ଥିବାରୁ ଏହା ମୁହଁରେ ଥବବା କଳା ଦାଗକୁ ଦୂର କରିଥାଏ।
ମାଛ – ମାଛରେ ଥିବା ପ୍ରୋଟିନ ହେତୁ ଏହା ମୁହଁ ଥିବା ଚର୍ମର କୁଞ୍ଚତ ତାକୁ ଦୂର କରିଥାଏ।
ଫଳ ମଧ୍ୟରେ କମଳା, ଲିଚୁ ଆମ୍ବକୁ ଖାଇବା ଦ୍ୱାରା ଏହା ତ୍ୱଚାକୁ ଉଜ୍ଜଳ ରଖିଥାଏ।
ପେସ୍ତା ବାଦାମ – ପ୍ରତି ଦିନ ଗୋଟେ ପେସ୍ତା ଖାଇବା ଦ୍ୱାରା ଏହା ତ୍ୱଚାକୁ ଚିକ୍କଣ ରଖିଥାଏ।
ଟମାଟୋ – ଏହା ତ୍ୱଚା ପାଇଁ ଖୁବ୍‍ ଲାଭପ୍ରଦ ଅଟେ। ଏହାକୁ ଲଗାଇବା ଦ୍ୱାରା ସୂର୍ଯ୍ୟ କିରଣ ହେତୁ ଚର୍ମ ଉପରେ ପଡ଼ୁଥିବା ପ୍ରଭାବ ଅଧିକ ପରିମାଣରେ ଦୂର ହୋଇଥାଏ।
କ୍ଷୀର – କ୍ଷୀରରେ ଭିଟାମିନ ଏ ଓ ଡ଼ି ହେତୁ ଏହା ଶରୀରକୁ ଅଧିକ କ୍ୟାଲ୍‍ସିୟମ ଦେଇଥିବା ସହ ତ୍ୱଚାକୁ ମଧ୍ୟ ବିଭିନ୍ନ ଚର୍ମ ଜନିତ ରୋଗରୁ ରକ୍ଷା କରିଥାଏ।
କାକୁଡ଼ି,ଗାଜର – ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରର ଚମକ ସର୍ବଦା ରଖିଥାଏ।
ଏତଦ୍‍ ବ୍ୟତୀତ ଅମୃତଭଣ୍ଡା, ବିଟ୍‍, ମଟର ଛୁଇଁ ଆଦିକୁ ଖାଇବା ଦ୍ୱାରା ଏହା ଶରୀର ପାଇଁ ଖୁବ୍‍ ଉପକାରିତା ଦେବା ସହ ତ୍ୱଚାକୁ ପ୍ରାକୃତିକ ଉଜ୍ଜଳତା ବଜାଇ ରଖେ।
ଏହି ସମସ୍ତ ଖାଦ୍ୟ ଶରୀର ପାଇଁ ସର୍ବଦା ଉପଯୋଗୀ ଅଟେ। ଏହାକୁ ନିୟମିତ ଖାଇଲେ ର୍ହି ଜଣେ ଜାଣିପାରିବ ଯେ ଏହା ବାସ୍ତବିକ ତ୍ୱଚାକୁ ଖୁବ୍‍ ଉପକାର ପ୍ରଦାନ କରିବା ସହ ଉଜ୍ଜ୍‍ଳ ଓ

kalyan agarbati
Leave A Reply