www.samajalive.in
Monday, December 15, 2025
24.1 C
Bhubaneswar

ନୂଆପଡା ଜିଲାକୁ ଫେରିଲେ ୩୩୦ ଦାଦନ ଶ୍ରମିକ

ଖଡିଆଳ : ନୂଆପଡା ଜିଲାକୁ କ୍ରମାଗତ ପ୍ରବାସୀ ଶ୍ରମିକ ଫେରୁଥିବା ବେଳେ ବୁଧବାର ୩୩୦ ଜଣ ଫେରିଛନ୍ତି । ସମସ୍ତ ଶ୍ରମିକ ହାଇଦ୍ରାବାଦର କିମନଗରରୁ ଟ୍ରେନ ଯୋଗେ ଟିଟିଲାଗଡ ପର୍ଯ୍ୟନ୍ତ ଫେରିଛନ୍ତି । ଟିଟିଲାଗଡରୁ ସମସ୍ତ ଶ୍ରମିକଙ୍କୁ ବସ ଯୋଗେ ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ପଡିଆକୁ ଆଣି ସେଠାରୁ ଜିଲାର ବିଭିନ୍ନ କ୍ୱାରେନଣ୍ଟାଇନ କେନ୍ଦ୍ରକୁ ପଠାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କ ଆଗମନ ଯୋଗୁଁ ଜିଲାରେ କ୍ରମାଗତ ଭାବରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଫଳରେ ଜିଲାବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ମଧ୍ୟ ଜିଲାର କ୍ୱାରେନଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ଶ୍ରମିକ ୭ ଦିନ ରହି ହୋମ କ୍ୱାରେନଣ୍ଟାଇନରେ ୭ ଦିନ ରହିବାର ବ୍ୟବସ୍ଥା କରାଯାଇଛି । ଯାହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଏହାଦ୍ୱାରା କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ଅନୁମାନ କରୁଛନ୍ତି । ଏହାକୁ ନେଇ ଗତ ଦିନରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କ୍ୱାରେନଣ୍ଟାଇନ କେନ୍ଦ୍ରର ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ଜିଲା ପ୍ରଶାସନ ୭ ଦିନ ପ୍ରବାସୀ ଶ୍ରମିକଙ୍କୁ ରଖି ସେମାନଙ୍କ ସ୍ୱାବ ନେଇ ହୋମ କ୍ୱାରେନଣ୍ଟାଇନରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ଘରେ ହୋମ କ୍ୱାରେନଣ୍ଟାଇନ ବ୍ୟବସ୍ଥା ନଥିବା କାରଣରୁ ସେମାନେ ପରିବାର, ସମ୍ପର୍କୀୟ ସହ ଗ୍ରାମବାସୀଙ୍କ ସହ ମିଳାମିଶା କରୁଥିବାରୁ ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories